ଭୁବନେଶ୍ବର: ୟୁନିଟ୍-୩ ଖାରବେଳନଗର ସ୍ଥିତ କେକେ ଆସୋସିଏଟ୍ସ୍ ଅଫିସ୍ରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ ତ୍ରିଲୋଚନ ପଣ୍ଡା (୪୭)। ଘର ଜଗତସିଂହପୁର ଜିଲ୍ଲା ବିରିଡ଼ି। ପୁଲିସ ସୂଚନା ଅନୁଯାୟୀ ଅପରାହ୍ଣ ପ୍ରାୟ ୧ଟା ବେଳେ ସେ ଅଫିସରେ କାମ କରୁଥିବା ବେଳେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇଥିଲା। ପରେ ଚେୟାର୍ରୁ ତଳେ ପଡ଼ି ଯାଇଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଠାଇଥିଲେ। ହେଲେ ସେ କିଛି ଜବାବ ଦେଇ ନଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖାରବେଳନଗର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ କେଉଁ କାରଣରୁ ତ୍ରିଲୋଚନଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।
ଚେୟାରରୁ ପଡ଼ି ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/01/deadbody-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)