ଖଣ୍ଡଗିରି : ସୋମବାର ସକାଳ ପ୍ରାୟ ୯ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ସାନ ଭାଇ ମୃତ୍ୟୁବରଣ କରିଥିବାବେଳେ ବଡ଼ ଭାଇ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପୁରୀ ଜିଲ୍ଲା କଣାସ ଥାନା ଜୟପୁର ଗାଁର ରାଜକିଶୋର ସାହୁଙ୍କ ପୁଅ ହେମନ୍ତ(୨୭)। ଆହତ ସୁଶାନ୍ତ ସାହୁ(୩୭) ହେଲେ ମୃତ ହେମନ୍ତଙ୍କ ନିଜ ଦାଦାପୁଅ ଭାଇ। ତାଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ସୂଚନାନୁସାରେ ହେମନ୍ତ ଭୁବନେଶ୍ବରର ଏକ ଘରୋଇ କମ୍ପାନିରେ କାମ କରନ୍ତି ଓ ସବୁଦିନ ବାଇକ୍ ଯୋଗେ ଖୋର୍ଧା ଟାଉନ୍ ଦେଇ ଗାଁକୁ ଯା’ଆସ କରନ୍ତି। ଆଜି ସେ ବଡ଼ ଭାଇ ସୁଶାନ୍ତଙ୍କୁ ସାଙ୍ଗରେ ଧରି ଘରୁ ବାହାରିଥିଲେ। ସେମାନେ ଗଙ୍ଗପଡ଼ା ଛକ ପାର୍ ହୋଇ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିବାବେଳେ ପଛରୁ ଦ୍ରୁତବେଗରେ ଆସୁଥିବା ଏକ ଟିପର୍ (ଓଆର୍୦୯ଏଫ୍-୮୧୦୪) ତାଙ୍କ ବାଇକ୍(ଓଡି୦୨ଏଏନ୍-୩୬୫୫)କୁ ପିଟିଥିଲା। ଫଳରେ ବାଇକ୍ ସହ ହେମନ୍ତ ରାସ୍ତା ଉପରେ ପଡ଼ି ଯାଇଥିଲେ ଓ ଟିପର୍ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ହେଲ୍ମେଟ୍ ଥିଲେ ବି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୁଶାନ୍ତ ବାଇକ୍ ପଛରୁ ରାଜପଥର ବାମ ପାର୍ଶ୍ବକୁ ଛିଟିକି ପଡ଼ି ଆହତ ହୋଇଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥରେ ପହଞ୍ଚି ମୃତାହତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।
ବାଇକ୍କୁ ପିଟିଲା ଟିପର୍ : ସାନଭାଇ ମୃତ, ବଡ଼ ଗୁରୁତର
/sambad/media/post_attachments/wp-content/uploads/2019/02/acc-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)