ଖଣ୍ଡଗିରି : ଶନିବାର ଅପରାହ୍ଣରେ ବରମୁଣ୍ଡାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୨ ଜଣ ମେଧାବୀ ଛାତ୍ରଙ୍କ ଜୀବନଦୀପ ଲିଭି ଯାଇଥିଲା। ସେଇ ମର୍ମନ୍ତୁଦ ଦୁର୍ଘଟଣାର କଥା ମନରୁ ନ ଲିଭୁଣୁ ରବିବାର ସନ୍ଧ୍ୟାରେ ପୁଣି ସେହି ସ୍ଥାନରେ ଯାଇଛି ଆଉ ଏକ ଜୀବନ। ଗୋଟିଏ ବସ୍ ଜଣେ ବାଇକ୍ ଆରୋହୀଙ୍କୁ ଚାପି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଧଉଳି ଥାନା ଇଟିପୁର ବସନ୍ତପୁର ଅଞ୍ଚଳର କପିଳ ନାୟକଙ୍କ ପୁଅ ବାପୁଜୀ ନାୟକ(୩୫)। ଖଣ୍ଡଗିରି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ଓ ବସ୍କୁ ପିଛା କରି ଜୟଦେବ ବିହାର ଛକରୁ ଜବତ କରିଛି। ବାପୁଜୀ ତାଙ୍କ ବାଇକ୍ରେ ବରମୁଣ୍ଡା ବସ୍ଷ୍ଟାଣ୍ଡ ଦିଗରୁ ଫାୟାର୍ ଷ୍ଟେସନ୍ ଛକ ଆଡ଼କୁ ଯାଉଥିଲେ। ସେ ବରମୁଣ୍ଡା-ନୂଆପଲ୍ଲୀ ଓଭରବ୍ରିଜ ସର୍ଭିସ୍ ରୋଡ୍ରେ ଯାଉଥିବା ବେଳେ ପଛରୁ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ବାପୁଜୀ ବାଇକ୍ ସହ ତଳେ ପଡ଼ି ଯିବା ପରେ ବସ୍ ଚକା ସିଧା ବାପୁଜୀଙ୍କ ମୁଣ୍ଡ ଉପରେ ମାଡ଼ି ପଳାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାକୁ ଭିତ୍ତି କରି ବସ୍କୁ ପିଛା କରିଥିଲା। ମୃତ ବାପୁଜୀଙ୍କ ବାବଦରେ ପୁଲିସ କିଛି ବିଶେଷ ତଥ୍ୟ ପାଇ ପାରିନଥିବା ବେଳେ ତାଙ୍କ ପକେଟ୍ରୁ ମିଳିଥିବା ଡ୍ରାଇଭିଂ ଲାଇସେନ୍ସକୁ ଆଧାର କରି ତଦନ୍ତ ଜାରି ରଖିଛି।
ବରମୁଣ୍ଡାରେ ଗଲା ଆଉ ଏକ ଜୀବନ, ବାଇକ୍ ଆରୋହୀଙ୍କୁ ଚାପି ଦେଲା ବସ୍
/sambad/media/post_attachments/wp-content/uploads/2019/05/accident-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)