ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ରବିବାର ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅନ୍ତର୍ଗତ ବଡତୋଟା ଗାଁର ଗଦାଧର ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଦାଧର ଆଜି ସକାଳୁ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଏକ ଦୁଷ୍କର୍ମ ମାମଲାରେ ଗଦାଧରଙ୍କୁ ୨୦୧୫ରେ ୧୦ ବର୍ଷ ଜେଲଦଣ୍ଡ ହୋଇଥିଲା। ଏହା ପରେ ତାଙ୍କୁ ଝାରପଡ଼ା ଜେଲରେ ରଖାଯାଇଥିଲା। ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମାନସିକ ନିର୍ଯ୍ୟାତନା ଯୋଗୁଁ ଗଦାଧରଙ୍କ ମୃତ୍ୟୁ ହୋଇଛି।