ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

 

ଖଣ୍ଡଗିରି : ସୋମବାର ରାତି ପ୍ରାୟ ୮ଟାରେ ୧୬ ନମ୍ବର ଜାତୀୟ ରାଜପଥ ଜାଗମରା ପେଟ୍ରୋଲ ପମ୍ପ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଜଗତସିଂପୁର ଜିଲ୍ଲା ବିରିଡ଼ି ଥାନା ବ୍ରହ୍ମପୁରା ଗାଁର ଗୁରୁଚରଣ ଭୋଇଙ୍କ ପୁଅ ପ୍ରକାଶ(୨୫)। ସେ ସ୍ଥାନୀୟ ପାତ୍ରପଡ଼ା ଅଞ୍ଚଳରେ ରହି ଡ୍ରାଇଭର୍‌ ଭାବେ କାମ କରୁଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିବା ସହ ଦୁର୍ଘଟଣା ଘଟାଇ ଫେରାର୍‌ ହୋଇ ଯାଇଥିବା ଗାଡ଼ିକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି।

ପ୍ରକାଶ ଖଣ୍ଡଗିରିରୁ ଖୋର୍ଧା ଦିଗରେ ତାଙ୍କ ଗାଡ଼ି ମାଲିକଙ୍କ ସ୍କୁଟି(ଓଡି୦୨ଏକ୍ସ-୩୬୫୫) ଯୋଗେ ଭଡ଼ା ଘରକୁ ଫେରୁଥିବାବେଳେ ପଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିଲେ। ଏତିକିବେଳେ ଖଣ୍ଡଗିରିରୁ ଖୋର୍ଧା ଦିଗରେ ଯାଉଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଓ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଖବର ପାଇ ଖଣ୍ଡଗିରି ଥାନା ପିସିଆର୍‌ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ମାତ୍ର ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର