ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଖଣ୍ଡଗିରି : ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଖଣ୍ଡଗିରି ଟ୍ରାଫିକ୍‌ ଛକରେ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ସୁନ୍ଦରପଦାରେ ରହୁଥିବା ବିହାର ମୁଙ୍ଗେର ଅଞ୍ଚଳର କହ୍ନେୟା ତାନ୍ତୀ(୩୪)। କହ୍ନେୟାଙ୍କ ଜଣେ ସାଙ୍ଗ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ସୂଚନାନୁସା‌ରେ, କହ୍ନେୟା ଓ ତାଙ୍କ ସାଙ୍ଗ ଏକ ବାଇକ୍‌ ଯୋଗେ ସୁନ୍ଦରପଦାରୁ ଜାଗମରା ଦେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଆଡ଼କୁ ଯାଉଥିଲେ। ସେମାନେ ଖଣ୍ଡଗିରି ଟ୍ରାଫିକ୍ ଛକ ପାର୍ ହେଉଥିବା ବେଳେ ଖୋର୍ଦ୍ଧାରୁ ଭୁବନେଶ୍ବର ଦିଗରେ ଯାଉଥିବା ଟ୍ରକ୍‌(କେଏ୨୫ଡି-୮୧୨୬) ତାଙ୍କ ବାଇକ୍‌କୁ ପିଟିଥିଲା। ଫଳରେ ଦୁଇ ବନ୍ଧୁ ଗୁରୁତର ଆହତ ହୋଇଥିଲେ। ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ଡାକ୍ତର କହ୍ନେୟାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର