ଭୁବନେଶ୍ୱର: ‘ସମ୍ବାଦ ଡିଜିଟାଲ’ ଓ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟର ମିଳିତ ଉଦ୍ୟମରେ ଚାଲିଥିବା ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ’ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଏକ ଆନ୍ତଃସ୍କୁଲ କୁଇଜ୍ ପ୍ରତିଯୋଗିତା। ‘ୱାନ୍ ଆର୍ଥ ଇଣ୍ଟର ସ୍କୁଲ୍ କୁଇଜ୍ କମ୍ପିଟିସନ୍’ ଶୀର୍ଷକ ଏହି କାର୍ଯ୍ୟକ୍ରମ ଆସନ୍ତା ଜୁନ୍ ୪ ତାରିଖ ରବିବାର ସକାଳ ୮ଟାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଇନଫୋସିଟି ନିକଟ ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟସ୍ଥିତ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ପରିସରରେ ଅନୁଷ୍ଠିତ ହେବ।

Advertisment

ଏହି ପ୍ରତିଯୋଗିତାରେ କେବଳ କଟକ ଏବଂ ଭୁବନେଶ୍ୱରର ୭ମ, ୮ମ, ୯ମ  ଏବଂ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ଦୁଇଜଣିଆ ଯୋଡ଼ିରେ ଅଂଶଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ୧୦,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ପ୍ରଥମ ରନର୍ସ-ଅପ୍ ଏବଂ ଦ୍ୱିତୀୟ ରନର୍ସ-ଅପ୍ ଯଥାକ୍ରମେ ୩୦୦୦ ଏବଂ ୨୦୦୦ ଟଙ୍କା ନଗଦ ପୁରସ୍କାର ଭାବେ ପାଇବେ ।

ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ଉପରେ ସେମାନଙ୍କର ଜ୍ଞାନ ଏବଂ ସୃଜନଶୀଳତା ପ୍ରଦର୍ଶନ କରିବାର ଏକ ଅପୂର୍ବ ସୁଯୋଗ | ଏଥିରେ ଅଂଶଗ୍ରହଣକରିବାକୁ  quiz.sambadenglish.com ୱେବସାଇଟକୁ ଯାଇ ପଞ୍ଜୀକରଣ କରିବାକୁ ହେବ | ଯେଉଁମାନେ ଏ ବାବତରେ ଅଧିକ ଜାଣିବାକୁ ଆଗ୍ରହୀ, ସେମାନେ ଦେବଦତ୍ତଙ୍କୁ 7682992259 ନମ୍ବରରେ ଏବଂ ପ୍ରସ୍ମିତଙ୍କୁ 6371368545 ରେ ଯୋଗାଯୋଗ କରିପାରିବେ |

ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ଭିତରେ ଭାବ ଆଦାନପ୍ରଦାନ, ପରସ୍ପରଠାରୁ ଶିକ୍ଷା ଏବଂ ପରସ୍ପର ସହ ମିଶିବା ପାଇଁ ଏକ ଅନନ୍ୟ ମଞ୍ଚ ହେବ। ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ଆନନ୍ଦର ଦିନ ହେବ ଏବଂ ସେମାନଙ୍କୁ ନିଜର ବୌଦ୍ଧିକ ଶକ୍ତି ପ୍ରଦର୍ଶନ କରିବାର ଏକ ସୁଯୋଗ ହେବ |

ଅଂଶଗ୍ରହଣକାରୀମାନଙ୍କୁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ବିଭିନ୍ନ ମକ୍ ପେପର ଏବଂ ସ୍ନିପେଟ୍  ସମ୍ବାଦ ଇଂଲିସ୍ ୱେବସାଇଟରେ (sambadenglish.com) ଅପଲୋଡ୍ କରାଯିବ | ତେଣୁ ପ୍ରତିଯୋଗୀମାନଙ୍କୁ ଏହି ୱେବସାଇଟକୁ ସବସ୍କ୍ରାଇବ କରିବାକୁ ଅନୁରୋଧ।