କାର୍ ସାଇଡମରାକୁ ନେଇ ତୁମୁଳକାଣ୍ଡ, ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ

ଭୁବନେଶ୍ବର: କାର୍ ସାଇଡମରାକୁ ନେଇ ରାଜଧାନୀ ଭୁବନେଶ୍ବରରେ ତୁମୁଳକାଣ୍ଡ ଦେଖାଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। କାରରେ ବସିଥିବା ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ଜଣେ ସ୍କୁଟି ଚାଳକକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସ୍କୁଟି ଚାଳକ ଜଣକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କୁ କାବୁ କରିଛି ।

କାର ସାଇଡମରାକୁ ନେଇ ଏହି କାଣ୍ଡ ଘଟିଛି । ସ୍କୁଟି ଚାଳକ ଜଣକ ସାଇଡମରାକୁ ନେଇ କାର ଚାଳକଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ଦୁଇ ଜଣ ଯୁବକ ସ୍କୁଟି ଚାଳକଙ୍କୁ ନିସ୍ତୁକ ମାଡ ମାରିଥିଲେ । ଦୁଇ ଜଣ ଯୁବକ ମଦ୍ୟପାନ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏବେ ଚନ୍ଦ୍ରଶେଖରପୁର ଥାନା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସମ୍ବନ୍ଧିତ ଖବର