ଭୁବନେଶ୍ୱର : ଗଞ୍ଜାମ ଫେରନ୍ତାଙ୍କୁ ନେଇ ସାଲିଆସାହିରେ ଖଣ୍ଡଯୁଦ୍ଧ। ଆଜି ବିଳମ୍ବିତ ରାତିରେ ସମର୍ଥକ ଓ ବିପକ୍ଷଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧରେ ଖଣ୍ଡା ବୁଲିଛି। ଜଣେ ଯୁବକଙ୍କ ମୁଣ୍ଡରେ ଖଣ୍ଡା ଚୋଟ ବାଜିଛି। ଖଣ୍ଡା ଚୋଟରେ ଗୁରୁତର ହୋଇଥିବା ଯୁବକ ଜଣକ ହେଉଛନ୍ତି, ସାଲିଆସାହି ଶ୍ରୀରାମ ନଗରର ରମେଶ ମହାରଣା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। କାନ ମୁଣ୍ଡାରେ ଗଭୀର କ୍ଷତ ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ଜଣକୁ ଉଠାଇ ଆଣିବା ସହ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀରାମନଗରରେ ପ୍ରବଳ ଉତ୍ତେଜନା ଲାଗିରହିଛି।
/sambad/media/post_attachments/wp-content/uploads/2020/07/Untitled-3-copy.jpg-f-300x294.jpg)
ସୂଚନା ମୁତାବକ, ସାଲିଆସାହିରେ ରହୁଥିବା ୪ ଜଣ ଯୁବକ ଆଜି ଗଞ୍ଜାମରୁ ଶ୍ରୀରାମନଗରକୁ ଫେରିଥିଲେ। ସେଠାରେ ଲୋେକ ଏମାନଙ୍କୁ ବିରୋଧ କରିଥିଲେ। ପୂର୍ବରୁ ଏଠାରେ ରହୁଥିବା ରମେଶଙ୍କ ସହ ବନ୍ଧୁତା ଥିବାରୁ ଯୁବକମାନେ ତାଙ୍କ ସହଯୋଗ ଲୋଡ଼ି ଥିଲେ। ରମେଶ ତାଙ୍କୁ ସମର୍ଥନ କରିବାରୁ ଅନ୍ୟମାନେ ରମେଶଙ୍କ ବିରୋଧୀ ହୋଇଯାଇଥିଲେ। ଚାହୁଁ ଚାହୁଁ ଘଟଣାସ୍ଥଳରେ ୫୦ରୁ ୬୦ ଲୋକ ଏକାଠି ହୋଇଯାଇଥିଲେ। ହଠାତ ଦୁଇ ଦଳରେ ବିଭକ୍ତ ହୋଇ ଏମାନେ ହାତାହାତି ହୋଇଥିଲେ। ପରେ ଜଣେ ଯୁବକ ଖଣ୍ଡା ଆଣି ଏହି ଗହଳି ଭିତରେ ବୁଲାଇଥିଲା। ଏଥିରେ ରମେଶ ଗୁରୁତର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/groupclash.jpeg)