ଭୁବନେଶ୍ବର: ଗୋଟେ ଜିଅନ୍ତା ମାଛର ଦାମ୍ ଲକ୍ଷେ ଟଙ୍କା ବୋଲି ଶୁଣିଥିବେ। ହେଲେ ଗୋଟେ ନିର୍ଜୀବ ମାଛର ଦାମ୍ ବି ୧ଲକ୍ଷ ୨୦ହଜାର ଟଙ୍କା ହୋଇଥିବ ବୋଲି ବିଶ୍ବାସ କରିପାରୁଛନ୍ତି କି? ଏହି ମାଛକୁ ଖାଇପାରିବେନି, ଘରର ସୌନ୍ଦର୍ଯ୍ୟ ପାଇଁ କେବଳ ଥାକରେ ସଜାଇ ରଖିପାରିବେ। ତାହା ପୁଣି ସଢ଼େଇରେ ନିର୍ମିତ ମାଛଟିଏ। ହଁ, ଏମିତି ଏକ ମାଛ ବିକ୍ରି ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀରେ ପଡ଼ିଥିବା ଷ୍ଟଲ୍କୁ ଆସିଥିଲା। କେବଳ ମାଛ ନୁହେଁ। ସଢ଼େଇରେ ତିଆରି ମୟୂରଟିର ଦାମ୍ ୩ଲକ୍ଷ ଟଙ୍କା ଅଛି। ଏହିଭଳି ସଢ଼େଇରେ ପ୍ରସ୍ତୁତ ହସ୍ତକଳାକୁ ଆଣିଛନ୍ତି ପୁରୁଣା ଭୁବନେଶ୍ବରର ଦେବୀ ପ୍ରସାଦ ଦାସ। ଦେବୀଙ୍କ କହିବାନୁଯାୟୀ, ଏହାକୁ ପ୍ରସ୍ତୁତ କରିବାକୁ ଯେପରି ବୁଦ୍ଧି, ଶାରୀରିକ କଷ୍ଟ, ସ୍ବତନ୍ତ୍ର କଳା ଦରକାର ତାହା ବିରଳ। ଆଙ୍ଗୁଠି ଉପରେ ସଢ଼େଇକୁ ରଖି ପଲିସ୍ କରିବାକୁ ପଡ଼େ। କାମ ସରିଲା ବେଳକୁ ଅାଙ୍ଗୁଠି କାମ କରେନି। ଆଙ୍ଗୁଠିର ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ। ତେଣୁ ଯେତିକି ଦିନ କାମ ହୁଏ, ତା’ପରେ ସେତିକି ଦିନ ହାତକୁ ଆରାମ ନେବାକୁ ହୁଏ। ପୂର୍ବରୁ ଲୋକ ପଥର ଏପରି କାରୁ କାର୍ଯ୍ୟ କରୁଥିଲେ। କିନ୍ତୁ ସଢ଼େଇରେ କେହି କରୁନଥିଲେ। ତେଣୁ ଏହାକୁ ପ୍ରସ୍ତୁତ କରିବା ପରେ ଏହି ସ୍ଥାପତ୍ୟର ବହୁ ଚାହିଦା ବଢ଼ିଛି। ଏହାର ବିଶେଷତା ହେଲା ଏହା ୧୦୦ବର୍ଷରୁ ଅଧିକ ବର୍ଷ ରହିବ, ଯଦି ଭାଙ୍ଗିବ ମରାମତି କରିହେବ।
ମାଛ ଲକ୍ଷେକୁ ମୟୂର ୩ଲକ୍ଷ
ଗୋଟେ ଜିଅନ୍ତା ମାଛର ଦାମ୍ ଲକ୍ଷେ ଟଙ୍କା ବୋଲି ଶୁଣିଥିବେ। ହେଲେ ଗୋଟେ ନିର୍ଜୀବ ମାଛର ଦାମ୍ ବି ୧ଲକ୍ଷ ୨୦ହଜାର ଟଙ୍କା ହୋଇଥିବ ବୋଲି ବିଶ୍ବାସ କରିପାରୁଛନ୍ତି କି? ଏହି ମାଛକୁ ଖାଇପାରିବେନି, ଘରର ସୌନ୍ଦର୍ଯ୍ୟ ପାଇଁ କେବଳ ଥାକରେ ସଜାଇ ରଖିପାରିବେ।
/sambad/media/media_files/2025/01/11/hZqPucDwJTAhXTI8xCTf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)