ବନ୍ଦ ହେଲା‌ ରସୁଲଗଡ଼ ଆର୍‌ଓବିର ଗୋ‌ଟିଏ ପାର୍ଶ୍ବ

ଭୁବନେଶ୍ବର: ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଏବଂ ପୁଲିସ କମିସନରେଟ୍, ଭୁବନେଶ୍ବର-କଟକ, ଟ୍ରାଫିକ୍‌ ଓ ପବ୍ଲିକ୍‌ ଅର୍ଡର ୨୦୦୮ଧାରା ୩୬ ଅନୁସାରେ ଆଜିଠାରୁ ରସୁଲଗଡ଼ ପୁରୁଣା ରେଲ୍‌ୱ‌େ ଓଭରବ୍ରିଜ୍‌ (ଆର୍‌ଓବି)ର ଗୋଟିଏ ପାର୍ଶ୍ବରେ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ନୂତନ ରେଳଧାରଣା ନିର୍ମାଣ (ସମ୍ପ୍ରସାରଣ) ପାଇଁ ପୁରୁଣା ଓଭରବ୍ରିଜ୍‌ ଭଙ୍ଗାଯିବାକୁ ଥିବାରୁ ଏହି ପଦକ୍ଷେପ ନିଆଯାଇଛି। ତେଣୁ ୧୬ ନମ୍ବର ଜାତୀୟ ରାଜପଥରେ ବାଣୀବିହାର ଦିଗରୁ କଟକ କିମ୍ବା ପୁରୀ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ପୁରୁଣା ରସୁଲଗଡ଼ ଆର୍‌ଓବି ଉପରେ ଯାଇପାରିବେ ନାହିଁ।

କଟକ ଦିଗରେ ଯାଉଥିବା ଗାଡ଼ିଗୁଡ଼ିକ ନୂତନ ଭାବେ ନିର୍ମାଣ ହୋଇଥିବା ରେଲୱ‌େ ଓଭରବ୍ରିଜ୍ ଅତିକ୍ରମ କରିବା ପରେ ଡାହାଣ ମୋଡ଼ ନେଇ ଫ୍ଲାଏ ଓଭରବ୍ରିଜ୍ ଉପରକୁ ଯିବେ। ସେହିଭଳି ରାଜଧାନୀ ଭିତରକୁ ଯିବାକୁ ଥିବା ଗାଡ଼ିଗୁଡ଼ିକ ନୂଆ ଓଭରବ୍ରିଜ୍‌ ଦେଇ ସିଧାସଳଖ ସର୍ଭିସ୍‌ରୋଡ୍‌କୁ ଯାଇ ରସୁଲଗଡ଼ ଛକକୁ ଯିବେ। ଅନ୍ୟ ପକ୍ଷରେ କଟକରୁ ବା ପଳାସୁଣୀ ଦିଗରୁ ଆସୁଥିବା ଯାନବାହାନର ଗତିପଥ ଅପରିବର୍ତ୍ତିତ ରହିଛି। ଆର୍‌ଓବିର ଏହି ପାର୍ଶ୍ବରେ ଯାନାବାହାନ ସବୁ ପୂର୍ବ ଭଳି ଚଳାଚଳ କରିବ।

ସମ୍ବନ୍ଧିତ ଖବର