ବାଲିଅନ୍ତା: ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅନ୍ତର୍ଗତ ଯଶୁଆପୁର ଗ୍ରାମର ସ୍ୱର୍ଗତ ଦାମ ନାୟକଙ୍କ ପୁଅ ପ୍ରଫୁଲ ନାୟକ (୨୮) ଗୁରୁବାର ରାତିରେ ବେକରେ ଗାମୁଛା ବାନ୍ଧି ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏ ସଂପର୍କରେ ତାଙ୍କ ମା’ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ପ୍ରଫୁଲ୍ଲ ଖାଇପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବେକରେ ଗାମୁଛା ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଥିଲେ। ଆଜି ସକାଳେ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କୁ ଡାକିଥିଲେ। ହେଲେ ଭିତରୁ କୌଣସି ଉତ୍ତର ନମିଳିବାରୁ ଘର ଲୋକ କବାଟ ଭାଙ୍ଗି ପ୍ରଫୁଲ୍ଲଙ୍କୁ ଫ୍ୟାନ୍ରୁ ଉଦ୍ଧାର କରି ତଳକୁ ଆଣିଥିଲେ। ହେଲେ ସେତବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପ୍ରଫୁଲ୍ଲଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ବାଲିଅନ୍ତା ଥାନାରେ କେସ୍ ନଂ ୧୩ / ୧୮ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଅଧିକ ଅନୁସନ୍ଧାନ କରୁଛି । ଉଲ୍ଲେଖଯୋଗ୍ୟ ପ୍ରଫୁଲ୍ଲ ବିବାହିତ। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ଜଣାପଡ଼ି ନଥିବା ବେଳେ ପାରିବାରିକ କଳହ ଯୋଗୁ ସେ ଏଭଳି ପଦକ୍ଷେପ ନେଇଥିବା ଏତଲାରେ ଉଲ୍ଲେଖ ଅଛି।
ଫ୍ୟାନ୍ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/07/Suicide1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)