ଗୋଟିଏ ଯାନ, ଗୋଟିଏ ଗଛ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ ପକ୍ଷରୁ ଆୟୋଜିତ ‘ଗୋଟିଏ ଯାନ, ଗୋଟିଏ ଗଛ’ କାର୍ଯ୍ୟକ୍ରମକୁ ବର୍ଷେ ପୂରିଛି। ବର୍ଷେ ଭିତରେ ପାଖାପାଖି ୬୦ହଜାର ଚାରା ବଣ୍ଟନ ହୋଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆୟୋଜନ ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ସଫଳତାକୁ ନେଇ ସୋମବାର ଚନ୍ଦ୍ରଶେଖ ପୁର ଡ୍ରାଇଭିଂ ଟେଷ୍ଟିଂ କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଆଗକୁ ଏହି କାର୍ଯ୍ୟକ୍ରମ କିଭଳି ଅଧିକ ସଫଳତା ପାଇବ, ସେନେଇ ଆଲୋଚନା ହେବା ସହ ସମସ୍ତ ଦିଲରଙ୍କୁ ସଚେତନ କରିବା ପାଇଁ ଯାନବାହନ ଉତ୍ପାଦକ ସଂସ୍ଥାମାନଙ୍କୁ ନିର୍ଦେଶ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଉତ୍ପାଦକଙ୍କ ସହ ଆଲୋଚନା ହେବ। ଏହି ଯୋଜନା ଗୋଆରେ କାର୍ଯ୍ୟକ୍ଷମ ହେବା ପାଇଁ ପ୍ରସ୍ତାବ ଆସିଥିବା ସଭାରେ ସୂଚନା ଦିଆଯାଇଥିଲା। ଏଥିରେ ଆର୍ଟିଓ ୨ ସଂଜୟ ବେହେରାଙ୍କ ସମେତ ପାର୍ଟନର ଏନଜିଓ ଓଡ଼ିଶା କଳିଙ୍ଗ ଫାଉଣ୍ଡେସନ୍‌ ମୁଖ୍ୟ ଦେବବ୍ରତ ନାୟକ, ସିଟି ଡିଏଫଓ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର