ଅନ୍‌ଲାଇନ୍‌ରେ ସିଭିଲ୍‌ ସର୍ଭିସ୍‌ କୋଚିଂ

ଭୁବନେଶ୍ୱର : ଅନଲାଇନ୍‌ରେ କୋଚିଂ ନେଇ ସିଭିଲ୍‌ ସର୍ଭିସ୍‌ରେ ମଧ୍ୟ ସଫଳତା ମିଳିପାରିବ। ଯାହା ଫଳରେ ଛାତ୍ରଛାତ୍ରୀଙ୍କୁ ସିଭିଲ୍‌ ସର୍ଭିସ୍‌ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯିବା ଆସିବା ଓ ରହିବା ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ନିଓଷ୍ଟେନସିଲ୍‌.କମ୍‌ ପକ୍ଷରୁ କୁହାଯାଇଛି। ନିଓଷ୍ଟେନସିଲ୍‌ ନିର୍ଦ୍ଦେଶକ ଅନିଶ ପାସି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଓଡ଼ିଶାର ସୁମନ ସୌରଭ ମହାନ୍ତି ସିଭିଲ୍‌ ସର୍ଭିସରେ ତାଙ୍କ ନିକଟରେ କୋଚିଂ ନେଇ ସଫଳତା ହାସଲ କରିଥିବା ଯୁକ୍ତି ବାଢିଛନ୍ତି। କେବଳ ଓଡ଼ିଶା ନୁହଁ, ରାଜସ୍ଥାନ, ବିହାର, ଆନ୍ଧ୍ରପ୍ରଦେଶ, ଜମ୍ମୁ କାଶ୍ମୀର ଓ ତେଲେଙ୍ଗାନା ଆଦି ରାଜ୍ୟର ବହୁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କୋଚିଂ ନେଇ ସଫଳତା ହାସଲ କରୁଛନ୍ତି। କେବଳ ସିଭିଲ୍‌ ସର୍ଭିସ୍‌ ନୁହଁ, ଇଞ୍ଜିନିୟରିଂ, ମେଡିକାଲ୍‌, ବ୍ୟାଙ୍କିଂ ଆଦି ଅନଲାଇନ୍‌ କୋଚିଂ ଦିଆଯାଉଛି ବୋଲି ଶ୍ରୀ ପାସି କହିଛନ୍ତି। ଏହି ଅବସରରେ ସୁମନ୍‌ ସୌରଭ ଛାତ୍ରଛାତ୍ରୀମାନଙ୍କର ବହୁ ପ୍ରଶ୍ନର ଉତ୍ତର ଦେଇଥିଲେ।

ସମ୍ବନ୍ଧିତ ଖବର