ଭୁବନେଶ୍ବର: ଅନ୍ଲାଇନ୍ରେ ମାତିଛନ୍ତି ଠକ। ଲଟେରି ଜିତିଥିବା କହି ଲୁଟୁଛନ୍ତି। ଏପରିକି ବଡ଼ବଡ଼ କମ୍ପାନି ନାଁରେ ଲୋକମାନଙ୍କୁ ଆକର୍ଷଣ କରି ଏପରି ଲୁଟ୍ କରୁଛନ୍ତି। ପ୍ରୋସେସିଂ ଫି ପାଇଁ ଟଙ୍କା ମାଗୁଛନ୍ତି। ଟଙ୍କା ଜମାକରିବା ପରେ ଆକାଉଣ୍ଟକୁ ଲଟେରି ଟଙ୍କା ଟ୍ରାନ୍ସଫର୍ ହୋଇଯିବ ବୋଲି କହୁଛନ୍ତି। ଲୋକଙ୍କୁ ଏପରି ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏ ନେଇ ଠକେଇର ଶିକାର ହୋଇଥିବା ରାଜେଶ୍ବରୀ ରାଉତ ନାମକ ଜଣେ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ରାଜେଶ୍ବରୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସୋମବାର ପୂର୍ବାହ୍ଣ ପ୍ରାୟ ୧୦ଟାରେ ତାଙ୍କ ମୋବାଇଲ୍କୁ ଏକ ମେସେଜ୍ ଆସିଥିଲା। ଏକ କମ୍ପାନି ପକ୍ଷରୁ ହୋଇଥିବା ଲଟେରିରେ ସେ ୧୨ଲକ୍ଷ ୬୦ ହଜାର ଜିତିଥିବା ସେଥିରେ ଲେଖା ଯାଇଥିଲା। ତେବେ ପ୍ରୋସେସିଂ ଫି ପାଇଁ ପ୍ରଥମେ ୬ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ଟଙ୍କା ଜମା କରିବା ପରେ ଆକାଉଣ୍ଟକୁ ୧୨ଲକ୍ଷ ୬୦ ହଜାର ଟ୍ରାନ୍ସଫର ହୋଇଯିବ ବୋଲି ଉକ୍ତ ମେସେଜ୍ରେ ଲେଖାଯାଇଥିଲା। ରାଜେଶ୍ବରୀ ମେସେଜ୍ର ଉତ୍ତର ନଦେବାରୁ କିଛି ସମୟ ପରେ କେହି ଜଣେ ଯୁବକ କଲ୍ କରିଥିଲେ। ନିଜକୁ ଉକ୍ତ କମ୍ପାନିର ଜଣେ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଫୋନ୍କୁ ଆସିଥିବା ମେସେଜ୍ ସଂପର୍କରେ ସେ ବୁଝାଇଥିଲେ। ରାଜେଶ୍ବରୀ ତୁରନ୍ତ ମେସେଜ୍ରେ ଦିଆଯାଇଥିବା ଆକାଉଣ୍ଟରେ ୬ ହଜାର ଟଙ୍କା ଜମା କରିଥିଲେ। ଟଙ୍କା ଜମାକରିବାର କିଛି ସମୟ ପରେ ଯୁବକ ଜଣଙ୍କ ପୁଣି ଥରେ କଲ୍ କରିଥିଲେ। କିପରି ଟ୍ୟାକ୍ସ ନଦେଇ ସମ୍ପୂର୍ଣ୍ଣ ଟଙ୍କା ପାଇବେ ସେ ବିଷୟରେ ବତାଇଥିଲେ। ଏଥିପାଇଁ ଆଉ ୧୮ ହଜାର ଟଙ୍କା ଜମାକରିବା ପାଇଁ କହିଥିଲେ। କିଛି ସମୟରେ ପରେ ରାଜେଶ୍ବରୀ ଯୁବକଙ୍କ ନମ୍ବରକୁ କଲ୍ କରିବାରୁ ତାହା ବନ୍ଦ ଥିଲା। ତେଣୁ ସେ ଆଉ ଟଙ୍କା ଜମା ନ କରି ଯୁବକଙ୍କ ଫୋନ୍କୁ ଅପେକ୍ଷା କରିଥିଲେ। ହେଲେ ସେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଯୁବକଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା। ସେନ୍ଦହ ହେବାରୁ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଘଟଣାର ତଦନ୍ତ କରୁଛି।
ଅନ୍ଲାଇନ୍ରେ ମାତିଛନ୍ତି ଠକ ଲଟେରି ନାଁରେ ଲୁଟୁଛନ୍ତି
/sambad/media/post_attachments/wp-content/uploads/2018/10/download-75.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)