ଭୁବନେଶ୍ବର : ନଭେମ୍ବର ୧୬, ୨୦୧୯ରେ ବିଏମ୍ସି ଘୋଷଣା କଲା ଯେ, ଏଣିକି ବାହାରେ ମଳତ୍ୟାଗ କଲେ ୨୦୦ ଟଙ୍କା ଏବଂ ପରିସ୍ରା କଲେ ୧୫୦ଟଙ୍କା ଜରିମାନା ଆଦାୟ ହେବ। ହେଲେ ଦେଢ଼ ମାସ ଭିତରେ ଜଣଙ୍କ ଠାରୁ ବି ଜରିମାନା ଆଦାୟ ହେଲାନି। ବସ୍ତି ଅଞ୍ଚଳରେ ଲୋକମାନେ ଆଗରୁ ଯେମିତି ବାହାରେ ମଳତ୍ୟାଗ କରୁଥିଲେ ଏବେ ସେମିତି କରୁଛନ୍ତିି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୋକମାନେ ଯେମିତି ରାସ୍ତା କଡ଼ରେ ଯେଉଁଠି ପାରୁଥିଲେ ସେଠାରେ ପରିସ୍ରା କରୁଥିଲେ ସେମିତି କରୁଛନ୍ତି। ହେଲେ ବିଏମ୍ସି ଏହି ଦେଢ଼ ମାସରେ ଓଡିଏଫ୍ ସହରରୁ ଓଡିଏଫ୍++ ସହର ହୋଇଯାଇଛି।
/sambad/media/post_attachments/wp-content/uploads/2020/01/bkm-swachh2-300x228.jpg)
ବିଏମ୍ସି କର୍ତ୍ତୃପକ୍ଷ ବ୍ୟବସ୍ଥା ସଜାଡ଼ିବାକୁ ଏହି ଘୋଷଣା କରିନାହାନ୍ତି। ଘୋଷଣା କରିଛନ୍ତି କେବଳ ସ୍ବଚ୍ଛ ସର୍ଭେକ୍ଷଣ ପ୍ରତିଯୋଗିତାରେ ୫୦୦ ମାର୍କ ହାତେଇବା ପାଇଁ। କାଗଜପତ୍ରରେ ବିଏମ୍ସି କର୍ତ୍ତୃପକ୍ଷ ଭୁବେନଶ୍ବରକୁ ଯେମିତି ସ୍ବଚ୍ଛ ସହର ଏବଂ ବାହାରେ ମଳତ୍ୟାଗ ମୁକ୍ତ ସହର କରିଦେଇଛନ୍ତି ଅସଲରେ ସେମିତି କିଛି ହୋଇନି। ଯୋଜନାବଦ୍ଧ ଭିତ୍ତିଭୂମି ଅଭାବ ଏବଂ ନିୟମକୁ କଡ଼ାକଡ଼ି ଲାଗୁ କରିବାରେ ଅପାରଗତା ପାଇଁ ଭୁବନେଶ୍ବର ଆଜି ବି ଅସ୍ବଚ୍ଛ ସହର ହୋଇ ରହିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/bkm-swachha-1.jpg)