କେବେ ନିଦ ଭାଙ୍ଗିବ

ଗୋଟିଏ କି ଦୁଇଟି ଘଟଣା ନୁହେଁ। ୫ ବର୍ଷ ମଧ୍ୟରେ ଡ୍ରେନ୍‌ ଓ ମ୍ୟାନ୍‌ହୋଲ୍‌ରେ ପଡ଼ି ୫ ଜଣଙ୍କର ଜୀବନ ଗଲାଣି। ତଥାପି ଚେତା ପଶୁନି। ବର୍ଷ ବର୍ଷ ଧରି ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍ ମୁକୁଳା ହୋଇ ରହୁଥିବା ବେଳେ ମ୍ୟାନ୍‌ହେଲ୍‌ଗୁଡ଼ିକ ଖୋଲା ଛାଡ଼ି ଦିଆଯାଉଛି। ଏହିଭଳି ଭାବେ ସାଧାରଣ ଲୋକଙ୍କ ପାଇଁ ରାସ୍ତାପାର୍ଶ୍ବରେ ମରଣଯନ୍ତା ବିଛାଉଛି ପ୍ରଶାସନ। ‌

କେତେବେଳେ ବିଏମ୍‌ସିର ଖାମଖିଆଲି ତ ଆଉ କେତେବେଳେ ପୂର୍ତ୍ତ ବଭାଗର ଅପାରଗତା। ଆଉ କେତେବେଳେ ଜାତୀୟ ରାଜପଥ ଓ ଇଡ୍‌କୋ କର୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ଗାତରେ ପଡ଼ି ଜୀବନ ଯାଉଛି। ଭୁବନେଶ୍ବର ସ୍ମାର୍ଟ ସିଟି ଘୋଷଣା ହେବା ପରେ ସମସ୍ୟା ଦୂର ହେବ ବୋଲି ସ୍ୱପ୍ନ ଦେଖୁଥିବା ସହରବାସୀ ଏବେ ଗୋଟିଏ ପରେ ଗୋଟିଏ ଘଟଣାରେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଆଉ କେତେ ଅଘଟଣ ଘଟିଲେ ପ୍ରଶାସନ ଚେତିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଫ‌ଟୋ: ବିଭୂତି

ସମ୍ବନ୍ଧିତ ଖବର