ଭୁବନେଶ୍ୱର : ନାଁ ସ୍ମାର୍ଟସିଟି, ରାଜ୍ୟର ରାଜଧାନୀ। କିନ୍ତୁ ଏଠି ମୁଣ୍ଡ ନେଉଛି ମୁକୁଳା ଡ୍ରେନ୍। ଅସରାଏ ବର୍ଷା ହେଲେ ରାସ୍ତା ଓ ଡ୍ରେନ୍ ଏକାକାର ହୋଇଯାଉଛି। ଟିକେ ଅଧିକ ବର୍ଷା ହେଲେ ରାସ୍ତାରେ ସୁଅ ଛୁଟୁଛି ଓ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା। ମୁକୁଳା ଡ୍ରେନ୍ରେ ପାଣି ଭଉଁରି ଖେଳୁଛି ଓ ପ୍ରଖର ସ୍ରୋତ ପଥଚାରୀକୁ ରାସ୍ତାରୁ ଟାଣି ନେଉଛି। ରାଜଧାନୀରେ ଏଭଳି ମରଣଯନ୍ତା ଅନେକ ସ୍ଥାନରେ ଆଁ କରି ବସିଛି। ଗତ ୬ ବର୍ଷ ଭିତରେ ୭ ମୁଣ୍ଡ ଗଲାଣି ମୁକୁଳା ଡ୍ରେନ୍ରେ। ଅଥଚ ରାଜଧାନୀ ପ୍ରଶାସନ ଚେତୁନାହିଁ ବୋଲି ଅଭିଯୋଗ ହୋଇଆସୁଛି। ବିଏମ୍ସି, ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥର ମୁକୁଳା ଡ୍ରେନ୍ ସବୁ ଏମିତି ମୃତ୍ୟୁର ଫାଶ ହୋଇଥିଲେ ବି କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।
/sambad/media/post_attachments/wp-content/uploads/2021/09/rain-Bhagabata-sandhan-3.jpg)
ସରକାରୀ ତଥ୍ୟ ମୁତାବକ, ୨୦୧୫ରେ ନୂଆପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ ନିକଟସ୍ଥ ମୁକୁଳା ଡ୍ରେନ୍ରେ ଜଣେ ନାବାଳକ ଭାସି ଯାଇଥିଲେ। ୨୦୧୬ରେ ଶୈଳଶ୍ରୀବିହାରରେ ଜଣେ ଯୁବକ ଭାସି ଯାଇଥିଲେ। ୨୦୧୭ରେ ନୂଆପଲ୍ଲୀ ବେହେରାସାହି, ୨୦୧୮ରେ ଗଙ୍ଗନଗର ଓ ୨୦୧୯ରେ ସିଆର୍ପି ଛକ ନିକଟରେ ଏଭଳି ଅଘଟଣ ଘଟିଥିଲା। ମୁକୁଳା ଡ୍ରେନ୍ ମୃତ୍ୟୁ ଯନ୍ତା ସାଜିଥିଲା ସବୁ ମାମଲାରେ। ତେବେ ସୌଭାଗ୍ୟକୁ ଏଭଳି ଅଘଟଣରୁ ୪ ଜଣଙ୍କୁ ବଞ୍ଚାଇବା ସମ୍ଭବ ହୋଇଛି। ଏଭଳି ଅଘଟଣ ବାରମ୍ବାର ଘଟିବାରୁ ସୁପ୍ରିମ୍କୋର୍ଟରେ ମାମଲା ପହଞ୍ଚିଥିଲା। ସୁପ୍ରିମ୍କୋର୍ଟ ମାମଲାର ବିଚାର କରି କୌଣସି ଡ୍ରେନ୍ ମୁକୁଳା ନ ରଖିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ରାଜ୍ୟ ସରକାର ଡ୍ରେନ୍ ନିର୍ମାଣକାରୀ ବିଭାଗ ଯଥା, ବିଏମ୍ସି, ଜାତୀୟ ରାଜପଥ, ପୂର୍ତ୍ତ ଓ ଇଡ୍କୋକୁ ଚିଠି ଲେଖିଥିଲେ। ମାତ୍ର ପରବର୍ତ୍ତୀ ତଦାରଖ କରାଯାଇନଥିଲା। ସରକାର ଚୁପ୍ ବସି ଯିବାରୁ ସୁପ୍ରିମ୍କୋର୍ଟଙ୍କ ଆଦେଶ ସେମିତି ଫାଇଲ୍ ତଳେ ଚାପି ହୋଇ ରହିଗଲା। କେତେକ ଜାଗାରେ ସ୍ଲାବ୍ ପାଇଁ ଖର୍ଚ୍ଚ ଦର୍ଶାଯାଇଥିଲେ ମଧ୍ୟ ସ୍ଲାବ୍ ପଡ଼ିନାହିଁ। ସ୍ଲାବ୍ ପଇସା ଚଳୁ କରି ଦେଇଛନ୍ତି। ଆଉ କେତେକ ଜାଗାରେ ଜାଣିଶୁଣି ସ୍ଲାବ୍ ନିର୍ମାଣ କରାଯାଉନାହିଁ। ଏବେ ନୂଆ ଡ୍ରେନ୍ରେ ସ୍ଲାବ୍ ବାଧ୍ୟତାମୂଳକ ଥିଲେ ମଧ୍ୟ ବହୁ ଡ୍ରେନ୍ ସେମିତି ମୁକୁଳା ପଡ଼ିଛି।
/sambad/media/post_attachments/wp-content/uploads/2021/05/harapriya_drain.jpg)
ସହର ଭିତରେ ପ୍ରମୁଖ ରାସ୍ତା କଡ଼ରେ ଥିବା ସର୍ବାଧିକ ବଡ଼ ବଡ଼ ଡ୍ରେନ୍ ପୂର୍ତ୍ତ ବିଭାଗର। ବିଏମ୍ସି ଡ୍ରେନ୍ଠାରୁ ଏହାର ଗଭୀରତା ଓ ଓସାର ଅଧିକ। ଏଣୁ ପାଣି ଭର୍ତ୍ତି ଏହି ଡ୍ରେନ୍ରେ ପଡ଼ିଲେ ମୃତ୍ୟୁ ସୁନିଶ୍ଚିତ। ରାଜଧାନୀରେ ପୂର୍ତ୍ତ ବିଭାଗର ପାଖାପାଖି ୬ଶହ କିଲୋମିଟର ଲମ୍ବର ଡ୍ରେନ୍ ରହିଛି। ସେଥିମଧ୍ୟରୁ ଅର୍ଦ୍ଧାଧିକ ଡ୍ରେନ୍ ଭୟଙ୍କର ଅବସ୍ଥାରେ ମୁକୁଳା ପଡ଼ିଛି। ବିଏମ୍ସିର ପାଖାପାଖି ୬ଶହ କିଲୋମିଟର ଡ୍ରେନ୍ ରହିଛି। ସେଥିରୁ ମଧ୍ୟ ଅଧାରୁ ବେଶି ଡ୍ରେନ୍ ବିପଦଜନକ ଅବସ୍ଥାରେ ମୁକୁଳା ପଡ଼ିଛି। ଅନେକ ସମୟରେ ଡ୍ରେନ୍ ସଫା କରିବା ବେଳେ ସ୍ଲାବ୍ ଖୋଲାଯାଉଛି, କିନ୍ତୁ ପରେ ତାକୁ ଘୋଡ଼ାଉ ନାହାନ୍ତି। ଯଦି ସେହି ସମୟ ମଧ୍ୟରେ ବର୍ଷା ହେଉଛି, ତେବେ ଜୀବନ ଯାଉଛି। ଇଡ୍କୋ ଅଧୀନରେ ମଧ୍ୟ ୧୫ରୁ କିମିରୁ ଅଧିକ ଲମ୍ବର ଡ୍ରେନ୍ ରହିଛି। ଏଥିରେ ମଧ୍ୟ ଅର୍ଦ୍ଧାଧିକ ଖୋଲା ପଡ଼ିଛି। ସେହିଭଳି ଜାତୀୟ ରାଜପଥର ୫୦ କିଲୋମିଟର ଦୈର୍ଘ୍ୟର ଡ୍ରେନ୍ ରହିଛି। ତେବେ ଏଥିରେ ମାତ୍ର ୧୦ ପ୍ରତିଶତ ମୁକୁଳା ରହିଛି।
ଆଜିର ଅଘଟଣକୁ ଏକ ଦୁର୍ଘଟଣା ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ସିଟି ଇଞ୍ଜିନିୟର ଅରୁଣ ନାୟକ କହିଛନ୍ତି ଯେ ଆଜିର ଅଘଟଣ ପାଇଁ ଆମେ ଅତ୍ୟନ୍ତ ମର୍ମାହତ। ଏହା ଏକ ଦୁର୍ଘଟଣା ମାତ୍ର। ଯେଉଁ ଡ୍ରେନ୍ରେ ଅଘଟଣ ଘଟିଛି, ତାହା ଏକ ନ୍ୟାଚୁରାଲ୍ ଡ୍ରେନ୍। ଏଥିରେ ବିଭିନ୍ନ ସ୍ଥାନରେ କଲଭର୍ଟ ରହିଛି। ଏଥିରେ ସ୍ଲାବ୍ ପକାଇବା ଅସମ୍ଭବ ବୋଲି ସେ କହିଛନ୍ତି। ସହରରେ ପ୍ରାୟ ୭୦ କିଲୋମିଟର ଲମ୍ବର ଏଭଳି ନ୍ୟାଚୁରାଲ୍ ଡ୍ରେନ୍ ରହିଛି। ସିଆର୍ପିଏଫ୍ କ୍ୟାମ୍ପସ୍ରୁ ଯାଇଥିବା ଏହି ୮ ନମ୍ବର ଡ୍ରେନ୍ ଆଇଟିଇଆର୍ ପଛ ଦେଇ ଗଙ୍ଗୁଆ ନାଳକୁ ଯାଇଛି। ଏଥିରେ ସ୍ଲାବ୍ ପକାଇବା ଅସମ୍ଭବ। ତଥାପି ଅଘଟଣ ଘଟୁଥିବାରୁ କେତେକ ସମ୍ବେଦନଶୀଳ ଜାଗା ଚିହ୍ନଟ କରାଯାଇଛି। ସେହି ଜାଗାଗୁଡ଼ିକରେ ଗାର୍ଡ ୱାଲ୍ ତିଆରି କରିବାକୁ ଚଳିତ ବଜେଟ୍ରେ ବ୍ୟବସ୍ଥା ରହିଛି। ଏହି ସବୁ ଗାର୍ଡ ୱାଲ୍ ନିର୍ମାଣ ହୋଇଗଲେ ଦୁର୍ଘଟଣା ଘଟିବା ଆଶଙ୍କା କମିଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Sreeram-City.jpg)