ମଦମୁକ୍ତ ଭାରତ ଗାନ୍ଧୀଜୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଭାରତକୁ ସଂପୂର୍ଣ୍ଣ ମଦମୁକ୍ତ କରାଯାଇ ପାରିଲେ ଏହା ଗାନ୍ଧୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏପରି ଏକ ବାର୍ତା ନେଇ ଗତ ୨୨ ତାରିଖରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରକୁ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ଅଭିଯାନ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟପାଳ ଦାବିପତ୍ର ପାଇବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଅଭିଯାନ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ସେ ପଶ୍ଚିମବଙ୍ଗରେ ଚାଲୁଥିବା ଦେଢ଼ ହଜାର ଏକଲ ବିଦ୍ୟଳୟର ଉଦାହରଣ ଦେଇ କହିଥିଲେ ଯେ, ବିଦ୍ୟାଳୟରେ ପଢୁଥିବା ପିଲାମାନେ ସୁସଂସ୍କୃତ ହେବା ସହିତ, ନିଜର ପିତା ତଥା ଅନ୍ୟ ବରିଷ୍ଠମାନଙ୍କୁ ମଦ୍ୟପାନ ନକରିବା ପାଇଁ ଅନୁରୋଧ କରିବା ଯୋଗୁଁ ପରିବାରରେ ଶାନ୍ତିଶୃଙ୍ଖଳା ଫେରି ଆସିଛି। ମିଳିତ ଓଡ଼ିଶା ନିଶା ନିବାରଣ ତରଫରୁ ସଭାପତି ପଦ୍ମ ଚରଣ ନାୟକ, ଡ. ବିଜୟ କୁମାର ସ୍ବାଇଁ, ଅପର୍ଣ୍ଣା ନାୟକ, କନକଲତା ଭଞ୍ଜ, ମଳୟ ତ୍ରିପାଠୀ ଓ କୈଳାସ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର