ଖୋଲିଲା କିରନ୍‌ସ୍‌ ଆଇଆଇଟି ଏକାଡେମିର ଦ୍ୱିତୀୟ କ୍ୟାମ୍ପସ

ଭୁବନେଶ୍ୱର: କିରନ୍‌ସ୍‌ ଆଇଆଇଟି ଏକାଡେମି (କିଟା)ର ଦ୍ୱିତୀୟ କ୍ୟାମ୍ପସ୍‌ ଆଜି ବିଜେବି ନଗରଠାରେ ଖୋଲିଛି। ଏହାର ଉଦ୍‌ଘାଟନୀ ଉତ୍ସବରେ ସାଂସଦ ଅଚ୍ୟୁତ ସାମନ୍ତ ଓ ଓୟୁଏଟିର ଡିନ୍‌ ପ୍ରଭାତ ରାଉଳ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବରୁ ଏହାର ଅନ୍ୟ ଏକ କ୍ୟାମ୍ପସ୍‌ ସିଆର୍‌ପି ଛକ ନିକଟରେ ଥିଲା। ଆଜିର କାର୍ଯ୍ୟକ୍ରମରେ ଏକାଡେମିର ଅଧ୍ୟକ୍ଷା କାମିନୀ ପଟ୍ଟନାୟକ ଓ ନିର୍ଦ୍ଦେଶକ ଏସ୍‌.କେ ଝା ପ୍ରମୁଖ ଉପସ୍ଥିତ ଥିଲେ। ଗୁଣାତ୍ମକମାନର ଆଇଆଇଟି ଓ ମେଡିକାଲ୍‌ କୋଚିଂ ପାଇଁ ଏହା ଏକ ଉତ୍କଷ୍ଟ ସ୍ଥାନ ବୋଲି କର୍ମକର୍ତ୍ତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର