ଲକ୍ଷ୍ମୀଧର ହେଲେ ଓପନ୍ ଲାଇନ୍ ଶାଖା ସମ୍ପାଦକ

ଜଟଣୀ: ଜଟଣୀ ତଥା ଆଖପାଖ ଅଞ୍ଚଳରେ ଜଣେ ଶ୍ରମିକ କଂଗ୍ରେସ କର୍ମୀ ଭାବେ ପରିଚିତ ଲକ୍ଷ୍ମୀଧର ମହାନ୍ତି ଆଜି ନୂତନ ଭାବେ ଓପେନ ଲାଇନ ଶାଖା ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ଉପଲକ୍ଷେ ସ୍ଥାନୀୟ ଗୋଳେଇ ମାର୍କେଟସ୍ଥିତ ଶ୍ରମିକ କଂଗ୍ରେସ ଓପନ୍‌ ଲାଇନ୍ ଶାଖା କାର୍ଯ୍ୟାଳୟଠାରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ପୂର୍ବତଟ ରେଳ ବିଭାଗ ଶ୍ରମିକ କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଲକ୍ଷ୍ମୀଧରଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିବା ସହ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସୂଚନାଥାଉ କି, ଦୀର୍ଘ ଅଢ଼େଇ ବର୍ଷ ଶ୍ରୀ ମହାନ୍ତି ଟିକେଟ ଚେକିଂ ବ୍ରାଞ୍ଚ ଖୋର୍ଧାରୋଡ୍‌ର ମଣ୍ଡଳ ସମ୍ପାଦକ ଭାବେ ବେଶ ଲୋକପ୍ରିୟ ଅର୍ଜନ କରିଛନ୍ତି। ଆଜିର ଏହି ସଭାରେ ଶ୍ରମିକ କଂଗ୍ରେସ ମଣ୍ଡଳ ସଂଯୋଜକ ପ୍ରମୋଦ କୁମାର ସାହାଣୀ, ସୁନୀଲ ଭଞ୍ଜ, ବିକେ ନାୟକ, ପ୍ରଫୁଲ୍ଲ ବେହେରା, ଏସଆର ପଟ୍ଟନାୟକ, ଶରତ କୁମାର ପଣ୍ଡା, ସରୋଜ କୁମାର ମଙ୍ଗରାଜ, ପ୍ରଭାକର ବରାଳ, ଏମ ଜି କେ ରାଓ, ରଜତ ମହାନ୍ତି, ଉଲ୍ଲାସ ସାହୁ ଏବଂ ରାଜ ରାଓ ପ୍ରମୁଖ ବହୁ ମଣ୍ଡଳସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର