ଭୁବନେଶ୍ୱର : ଡେଲ୍‌ଟା ଛକରେ ଖୋଲିଲା ‘ମିଠାଇ ଏକ୍ସପ୍ରେସ୍‌’

ଭୁବନେଶ୍ବର: ଭଳିକି ଭଳି ସ୍ବାଦିଷ୍ଟ ମିଠାର ସମ୍ଭାର ନେଇ ଡେଲ୍‌ଟା ଛକରେ ଖୋଲିଛି ‘ମିଠାଇ ଏକ୍ସପ୍ରେସ୍‌’ର ପ୍ରଥମ ଆଉଟ୍‌ଲେଟ୍‌। ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆଉଟ୍‌ଲେଟ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବ୍ୟାବସାୟିକ ଅନୁଷ୍ଠାନର ଦେବୀ ସାହୁ, ଅପ୍ରତିମ ସିହ୍ନା, ବିସ୍ମୟ ମହାପାତ୍ର ଓ ଚିରଞ୍ଜୀବୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସେଣ୍ଟ୍ରାଲ୍‌ କିଚେନ୍‌ ସ୍ଥାପନ ସହ ଆଉଟ୍‌ଲେଟ୍‌ର ଚେନ୍‌ ବିଭିନ୍ନ ସ୍ଥାନକୁ ପ୍ରସାରିତ ହେବ ବୋଲି ବିସ୍ମୟ ମହାପାତ୍ର ସୂଚନା ଦେଇଛନ୍ତି। ମିଠାଇ ଏକ୍ସପ୍ରେସ୍‌କୁ ଓଡ଼ିଶାର ଅଗ୍ରଣୀ ମିଠା ବ୍ରାଣ୍ଡ୍‌ ଭାବେ ପରିଗଣିତ କରିବାକୁ ଅତିଥିମାନେ ଉତ୍ସାହିତ କରିଥିଲେ। ଆଉଟ୍‌ଲେଟ୍‌ରେ ଗୁଣବତ୍ତା ସମେତ ପରିଚ୍ଛନ୍ନତାକୁ ପ୍ରାଥମିକତା ଦେବୁ ବୋଲି ଦେବୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର