ଏଲିନା ବୁଟିକ୍‌ ଉଦ୍‌ଘାଟିତ

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ଖରାଖିଆ ବୈଦ୍ୟନାଥ ଅଞ୍ଚଳରେ ଶୁଭମ ଗ୍ରୀନ୍‌ର ହାଉସ୍‌ ନଂ-୧ରେ ଏଲିନା ବୁଟିକ୍‌ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ବୁଟିକ୍‌ରେ ଶିଶୁ ଓ ମହିଳାମାନଙ୍କ ପାଇଁ ବିଭିନ୍ନ ଡ୍ରେସ୍‌, କୁର୍ତ୍ତା ସହ ବିୟୁଟି ସେଲୁନ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ରୋଜାଲିନ ଦାସଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି ବୁଟିକ୍‌ ବିଶେଷ କରି ମହିଳାମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ଥାନୀୟ ଲୋକଙ୍କୁ ସହାୟତା ଦେବା ସହ ବିଭିନ୍ନ ଉତ୍ସବରେ ସେବା ମିଳି ପାରିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନିତାଇ ଚରଣ ପଟ୍ଟନାୟକ ଓ ବହୁ ମହିଳା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର