ଖାଲି ମାଧୁରୀ ନୁହେଁ, ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ବି ନଚାଇବେ

ଅଢ଼େଇ ଘଣ୍ଟା ହେବ ଉଦ୍‌ଘାଟନୀ ଉତ୍ସବ, ଏ.ଆର୍‌ ରେହମାନ ଅଧଘଣ୍ଟା ସଂଗୀତ ପରିବେଷଣ କରିବେ

ଉଦ୍‌ଘାଟନୀ ଉତ୍ସବ‌େର ଧକ୍‌ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍‌ କେବଳ ନାଚିବେନି, ଏହି କାର୍ଯ୍ୟକ୍ରମରେ ଓଲିଉଡ୍‌ର ସୁପରହିଟ୍ ଯୋଡ଼ି ସର୍ବସାଚ୍ଚୀ- ଅର୍ଚ୍ଚିିତା‌ଙ୍କୁ ବି ଦେଖିବାକୁ ମିଳିବ। ଚକଲେଟ୍ ବୟ ସବ୍ୟସାଚୀ ଓ ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା ନାଚିବା ସହ ଦର୍ଶକଙ୍କୁ ବି ନଚାଇ ନଚାଇ ବିଭିନ୍ନ ଷ୍ଟେପ୍ ଶିଖାଇବେ। ଏ.ଆର୍ ରେହମାନ୍ ମଞ୍ଚ ପ୍ରବେଶ କରିବା ପୂର୍ବରୁ ଦର୍ଶକ ଏହି ଷ୍ଟେପ୍ ଶିଖିନେବେ। ଯେତେବେଳେ ‌ରେହମାନ ସଂଗୀତ ପରିବେଷଣ କରିବେ ଷ୍ଟାଡିୟମରେ ବସିଥିବା ଦର୍ଶକ ସେଇ ଗୀତର ତାଳେତାଳେ ପାଦ ଓ ହାତ ହଲାଇ ନାଚିବେ।

ଉଦ୍‌ଘାଟନୀ ଉତ୍ସବ ଅ‌େଢ଼ଇ ଘଣ୍ଟାର ହେବାର ଥିବା ବେଳେ ତାରକା ଯୋଡ଼ି ଧଳା ଓ କଳା ପୋଷାକରେ ପ୍ରବେଶ କରିବା ସହ ୪୦ମିନିଟ୍ ଦର୍ଶକଙ୍କୁ ବିଭୋର କରିବେ। ଏହି କାର୍ଯ୍ୟକ୍ରମ ୫ଟି ଥିମ୍‌କୁ ନେଇ ହେବାକୁ ଥିବା ବେଳେ ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍ ଏବଂ ଇଷ୍ଟ୍ ଟୁ ୱେଷ୍ଟ୍ ଭଳି ଥିମ୍‌ରେ ସବ୍ୟ-ଅର୍ଚ୍ଚିତା ଯୋଡ଼ି କାର୍ଯ୍ୟକ୍ରମ ପରିବେଷଣ କରିବେ। ହକି ବିଶ୍ବକପ୍‌ରେ ଅଂଶଗ୍ରହଣ କରିଥିବା ୧୫ଟି ଦେଶର ସହ ଓଡ଼ିଶାର ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ମିଳିବ। ସ୍ଥାନୀୟ ସଂସ୍କୃତିକୁ ନେଇ ନୃତ୍ୟ ପ୍ରଦର୍ଶନ କରିବେ ୮ଶହ କଳାକାର। ଯେଉଁମାନେ କେବେ କୌଣସି ନୃତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାନ୍ତି।ସେହିପରି ମାଧୁରୀ ଭୂମି ଦେବୀ ଭାବେ ମାଟି ତଳୁ ବାହାରିବେ। ତାଙ୍କ ପ୍ରଦର୍ଶନରେ ସେ ଦର୍ଶକଙ୍କ ମନୋରଂଜନ ସହ ଏକତାର ମନ୍ତ୍ର ବୁଣିବେ। ଏହାର କାହାଣୀ ପ୍ରସ୍ତୁତ କରିଛନ୍ତି ନୂପୁର ମହାଜନ। ଏ.ଆର୍ ରେହମାନ୍ ଗୁଲଜାର୍‌ ରଚନା କରିଥିବା ‘ଜୟ ହିନ୍ଦ୍.. ଗୀତ ପରିବେଷଣ କରିବେ। ରେହମାନ୍ ୩୦ମିନିଟ୍ ନନ୍‌ଷ୍ଟପ୍ ସଂଗୀତ ପରିବେଷଣ କରିବେ ବୋଲି ଜଣାପଡ଼ିଛି। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଏବଂ ସାଥୀ ଓଡ଼ିଶାରେ କିପରି ହକି ବିଶ୍ବକପ୍‌ ପ୍ରସ୍ତୁତି ହୋଇଛି ତାହାକୁ ନୃତ୍ୟନାଟିକା ମାଧ୍ୟମରେ ପରିବେଷଣ କରିବେ। ସନ୍ଧ୍ୟାରେ ପ୍ରଥମ କାର୍ଯ୍ୟକ୍ରମ ସଂଗୀତରୁ ଆରମ୍ଭ ହେବ। ସଂଗୀତ ଓ ଡିଜେ ପରେ ନୃତ୍ୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର