ସାଇ ଅଲିମ୍ପିକ୍ସ-୨୦୧୭ ଉଦ୍‌ଘାଟିତ

ଭୁବନେଶ୍ୱର : ଷଷ୍ଠ ସାଇ ଅଲିମ୍ପିକ୍ସ ଆଜି ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ପେଲେ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିସନର୍‌ ତଥା ସଚିବ ବିଶାଲ୍‌ କୁମାର ଦେବ ଏହାକୁ ଉଦ୍‌ଘାଟନ କରିଥିଲେ। କ୍ରୀଡ଼ାରେ ଧୈର୍ଯ୍ୟ ଏବଂ ଅନୁଶାସନ ଦ୍ୱାରା ଅସାଧ୍ୟକୁ ସାଧନ କରାଯାଇପାରିବ ବୋଲି ଶ୍ରୀ ଦେବ ତାଙ୍କ ବକ୍ତବ୍ୟରେ କହିଥିଲେ। ସ୍କୁଲର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇ କ୍ରୀଡ଼ାକ୍ଷେତ୍ରରେ ଆମ ରାଜ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରଥିବା ବେଳେ ଏହାକୁ ଛାତ୍ରଛାତ୍ରୀମାନେ ଆହୁରି ଆଗେଇ ନେବା ପାଇଁ ଆହ୍ଵାନ ଦେଇଥିଲେ।

ବିଭିନ୍ନ ଇଣ୍ଟରହାଉସ୍‌ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଏହାଛଡ଼ା ରାଷ୍ଟ୍ରୀୟସ୍ତରର ପ୍ରତିଯୋଗିତାରେ ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା। ସ୍କୁଲର ଖେଳ ଶିକ୍ଷକ ସେଖ୍‌ ସମିମ୍‌ ଓ ସଂଜୟ ସାହୁ କ୍ରୀଡ଼ା ପରିଚାଳନା କରିଥିଲେ। ପ୍ରିନ୍ସପାଲ୍‌ ହରିଶ୍‌ ସାନ୍ଧୁଜା, ଭାଇସ୍‌ ପ୍ରିନ୍ସପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର