ଉଦ୍‌ଯାପିତ ହେଲା ‘ନଦୀ ଆମ ଜୀବନରେଖା’

ଭୁବନେଶ୍ୱର: ରିଜିଓନାଲ୍‌ ମ୍ୟୁଜିୟମ୍‌ ଅଫ୍‌ ନେଚୁରାଲ୍‌ ହିଷ୍ଟ୍ରିଠାରେ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଓଡ଼ିଶା ପରିବେଶ କଂଗ୍ରେସ ୨୦୧୭ ଅବସରରେ ଆୟୋଜିତ ‘ନଦୀ ଆମ ଜୀବନ ରେଖା’ ଶୀର୍ଷକ ଚାରି ଦିନିଆ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି, ଜଷ୍ଟିସ୍‌ ଗୋପାଳ ଗୌଡ଼ା, ବିଶିଷ୍ଟ ପରିବେଶବିତ୍‌ ପ୍ରଫେସର ରାଧାମୋହନ, ଓଡ଼ିଶା ପରିବେଶ କଂଗ୍ରେସର ସଭାପତି ଡି କେ ରାୟ, ସମ୍ପାଦକ ସୁଦର୍ଶନ ଦାସ ଓ ଆରଏମ୍‌ଏନ୍‌ଏଚ୍‌ର ନିର୍ଦ୍ଦେଶକ ଡ. ଗୌରବ ପ୍ରମୁଖ ଉପସ୍ଥିତ ରହି ପ୍ରଦର୍ଶନୀ ବୁଲି ଦେଖିବା ସହିତ ଚିତ୍ରଗୁଡ଼ିକର ପ୍ରଶଂସା କରିଥିଲେ। ପଞ୍ଚାନନ ସାମଲ, ପ୍ରଦୀପ କୁମାର ମିଶ୍ର, ସସ୍ମିତା କାମିଳା, ପ୍ରିୟଦର୍ଶିନୀ ମହାନ୍ତି ସେମାନଙ୍କ ଚିତ୍ରରେ ନଦୀର ବର୍ତମାନର ଦୁଃସ୍ଥିତିକୁ ପ୍ରଦର୍ଶିତ କରିଥିଲେ। ଉତ୍ସବ ଶେଷରେ ନିଜର ଉତ୍କୃଷ୍ଟ କଳାକୃତି ପାଇଁ ୧୨ଜଣ ଶିଳ୍ପୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଧିତ କରିଥିଲେ

ସମ୍ବନ୍ଧିତ ଖବର