ଜୋନ୍‌ସ୍ତରୀୟ ‘ସମ୍ବାଦ ସାରେଗାମା’ ଓ ବିତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ମୁହଁର କଥା

ଭୁବନେଶ୍ବର: ସମ୍ବାଦ ଅନୁଷ୍ଠାନ ପକ୍ଷରୁ ଜୋନସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତେବେ ଏଥିରେ ଅନେକ ପ୍ରତିଯୋଗୀ କୃତିତ୍ବ ହାସଲ କରିଛନ୍ତି। ସମ୍ବାଦ, କନକ ନ୍ୟୁଜ, ରେଡିଓ ଚକୋଲେଟ ପକ୍ଷରୁ ଭୁବନେଶ୍ବର ସମ୍ବାଦ ଭବନରେ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କ ମୁହଁର କଥାକୁ ନେଇ ଆମର ଆଲେଖ୍ୟ।

ପୁରସ୍କାର ମୋତେ ପ୍ରେରଣା ଦେବ

ଆଶା ନଥିଲା, ପ୍ରଥମ ହେବି। ବହୁତ ଖୁସି ଲାଗୁଛି। ଏ ସମ୍ମାନ ମୋ କଳାକୁ ମାର୍ଜିତ କରିବା ପାଇଁ ନିଶ୍ଚିତ ଭାବେ ମୋତେ ପ୍ରେରଣା ଦେବ। ଆଗାମୀ ଦିନରେ ଆହୁରି ଭଲଗାଇ ରାଜ୍ୟସ୍ତରରେ ବିଜେତା ହେବାକୁ ଉଦ୍ୟମ କରିବି। ‘ସମ୍ବାଦ’ ଏଭଳି ଏକ କାର୍ଯ୍ୟକ୍ରମ କରି ଆମ ଭଳି ପ୍ରତିଭାଙ୍କୁ ସମ୍ମାନ ଦେଇଥିବାରୁ ‘ସମ୍ବାଦ’ ଗ୍ରୁପ୍‌କୁ କୃତଜ୍ଞତା ଜ୍ଞାପନ କରୁଛି।
ଶୁଭ୍ରାଂଶ ଶେଖର ମିଶ୍ର, ଦିଲ୍ଲୀ ପବ୍ଲିକ୍‌ ସ୍କୁଲ

ସାଧନା ଜାରି ରହିବ

‘ସମ୍ବାଦ’ ଓ ରେଡିଓ ଚକଲେଟ୍‌ ପକ୍ଷରୁ ଏଭଳି ପ୍ରତିଯୋଗିତା କରାଯାଇ ଆମ ଭଳି ପିଲାଙ୍କୁ ନିଜର କଳାକୁ ପ୍ରତିପାଦିତ କରିବା ପାଇଁ ସୁଯୋଗ ଦେଇଥିବାରୁ ‘ସମ୍ବାଦ’ ଗ୍ରୁପ୍‌କୁ ଅନ୍ତରରୁ ଧନ୍ୟବାଦ। ଦ୍ବିତୀୟ ସ୍ଥାନ ଅଧିକାର କରି ବହୁତ ଖୁସି ଲାଗୁଛି। ଆଗାମୀ ଦିନରେ ଆହୁରି ଭଲ କରିବା ପାଇଁ ଚେଷ୍ଟା କରିବି। ଗୀତ ଗାଇବା ଏକ ସାଧନା, ଏହାକୁ ଆହୁରି ମାର୍ଜିତ କରିବାକୁ ଚେଷ୍ଟା କରିବି।
ପାୟଲ ମହାନ୍ତି, ରମାଦେବୀ ବିଶ୍ବବିଦ୍ୟାଳୟ

ଅନ୍ତର୍ନିହିତ କଳାକୁ ପରିପୃଷ୍ଟ କରିବାର ସୁଯୋଗ

ତୃତୀୟ ସ୍ଥାନ ଅଧିକାର କରି ବହୁତ ଖୁସି ଅନୁଭବ କରୁଛି। ଆଗାମୀ ଦିନରେ ମୋ ଭିତରେ ଥିବା କଳାକୁ ଆହୁରି ଘଷି ମାଜି ଚିକ୍‌ଚିକ୍‌ କରିବାକୁ ଚେଷ୍ଟା କରିବି। ବିଚାରକମାନେ ମୋ ଉପରେ ଆଶା ପ୍ରକଟ କରି ମୋତେ ଯେଉଁ ସମ୍ମାନ ଦେଇଛନ୍ତି, ତାକୁ ସାର୍ଥକ କରିବାକୁ ଚେଷ୍ଟା କରିବି। ‘ସମ୍ବାଦ’ ଏଭଳି ଏକ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ‘ସାରେଗାମା’ କରିଥିବାରୁ ‘ସମ୍ବାଦ’ ଗ୍ରୁପର ସମସ୍ତ ସଦସ୍ୟଙ୍କୁ ଅଶେଷ ଧନ୍ୟବାଦ।
ଅଭିଷେକ ରାୟ, ଉତ୍କଳ ସଂଗୀତ ମହାବିଦ୍ୟାଳୟ

ମଞ୍ଚର ଅନୁଭୂତି ସାଉଁଟିବା ସବୁଠୁ ବଡ଼ ଖୁସି

ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଓ ବିଚାରକଙ୍କ ସମ୍ମୁଖରେ ନିଜର କଳାକୁ ଉପସ୍ଥାପନ କରିବା ମୋ ପାଇଁ ସବୁଠୁ ବଡ଼ ଖୁସି। ଜୀବନରେ ଆଗକୁ ବଢ଼ିବା ପାଇଁ ଏହି ମଞ୍ଚର ଅନୁଭୂତି ନିଶ୍ଚିତ ରୂପେ ଇନ୍ଧନ ସଦୃଶ କାମ କରିବ।
ସଂସ୍କାର ମହାନ୍ତି, ବକ୍ସି ଜଗବନ୍ଧୁ କଲେଜ

ନିଜକୁ ସୁଧାରିବାକୁ ଏକ ଭଲ ମାଧ୍ୟମ ‘ପ୍ରତିଯୋଗିତା’

‘ସମ୍ବାଦ’ ପରିବାର ଆମ ଭଳି ଲୁକ୍କାୟିତ ପ୍ରତିଭାଙ୍କୁ ଏଭଳି ସୁଯୋଗ ଦେଇଥିବାରୁ ଆମେ ଆମର କଳା ପ୍ରଦର୍ଶନ କରିବାର ସ‌ୁଯୋଗ ପାଉଛୁ। ତେଣୁ ‘ସମ୍ବାଦ’କୁ ବହୁତ ଧନ୍ୟବାଦ। ପ୍ରତିଯୋଗିତା ନିଜକୁ ସୁଧାରିବାର ଏକ ଭଲ ମାଧ୍ୟମ।
ରାଜଶ୍ରୀ ଦାଶ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ

ଏଠି ଝୁଣ୍ଟିଲି, ଆଗକୁ ଅଧିକ ପରିଶ୍ରମ କରିବି

ସଂଗୀତ ଏକ ସାଧାନା ଓ ଏହାକୁ ଜୀବନବ୍ୟାପୀ କରିବାକୁ ପଡ଼େ। ତେଣୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜେ କେତେ ମାର୍ଜିତ ତାହା ଜାଣିବା ହିଁ ବହୁତ ବଡ଼ ଉପଲବ୍ଧି। ଏଠି ଝୁଣ୍ଟିଲି। ତେଣୁ ଆଗକୁ ସେହି ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଇ ବହୁତ ଭଲ କରିବା ପାଇଁ ଉଦ୍ୟମ କରିବି।
ସିମ୍‌ରନ୍‌ ଦାସ, ଉତ୍କଳ ସଂଗୀତ ମହାବିଦ୍ୟାଳୟ

ଆହୁରି ଭଲ ପ୍ରସ୍ତୁତି କରି ଆସିବି

ପ୍ରତିଯୋଗିତାରେ ପୁରସ୍କୃତ ହେବା ମୋ ପାଇଁ ବଡ଼ ନୁହେଁ। ଅଂଶଗ୍ରହଣ କରି ଏତେ ଜଣଙ୍କ ଭିତରେ ଗୀତ ଗାଇବାର ସୁଯୋଗ ପାଇବା ମୋ ପାଇଁ ସବୁଠୁ ବେଶି ଖୁସି। ସଂଗୀତ ସାଧାନା ଜାରି ରହିଛି। ଆଗାମୀ ଦିନରେ ନିଶ୍ଚିତ ଭଲ କରିବି।
ସମୀକ୍ଷା ଦାସ, ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ପ୍ରତିଯୋଗୀ ହେବା ସବୁଠୁ ବଡ଼ ଉପଲବ୍ଧି

ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ମୋ ପାଇଁ ବହୁତ ବଡ଼ ଉପଲବ୍ଧି। କାରଣ ଏଠାରେ ହିଁ ଜଣା ପଡ଼ିଯାଏ, ଯେ ମୁଁ କେତେ ଦକ୍ଷ। ତେଣୁ ଏତେଜଣ ପ୍ରତିଯୋଗୀଙ୍କ ଭିତରେ ମୁଁ ମୋ ଦକ୍ଷତାକୁ ମାପି ପାରିଛି। ଆଗାମୀ ଦିନରେ ଏ ସଂଗୀତ ସାଧାନାକୁ ଆହୁରି ରୁଦ୍ଧିମନ୍ତ କରିବି। ‘ସମ୍ବାଦ’ ସବୁବେଳେ ଏଭଳି ସୁଯୋଗ ଦେଉଥିବାରୁ ଆମେ କୃତଜ୍ଞ।
ଚନ୍ଦ୍ରମଣି ଦାସ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଡ଼ିଆ ଷ୍ଟଡ଼ିଜ୍‌

ଲୁକ୍କାୟିତ ପ୍ରତିଭାଙ୍କୁ ସାମ୍ନାକୁ ଆଣିବାର ସୁ‌ନ୍ଦର ପ୍ରୟାସ

‘ସମ୍ବାଦ’ ଓ ରେଡିଓ ଚ‌କଲେଟ୍‌ ପକ୍ଷରୁ ଆୟୋଜିତ ଏହି ଜୋନ୍‌ସ୍ତରୀୟ ପ୍ରତିଯୋଗିତା ରାଜ୍ୟବ୍ୟାପୀ ହେଉଥିବାରୁ ଅନୁଷ୍ଠାନକୁ ବହୁତ ବହୁତ ଧନ୍ୟବାଦ। କାରଣ ଏ ଯେଉଁ ସଂଗୀତ ପରିବେଷଣ କରିବାର ପରୀକ୍ଷା ହେଉଛି, ଏଥିରେ ସୁରର ସୁନ୍ଦର ମିଳନ ହୋଇପାରିଛି। ପୁରପଲ୍ଲୀରୁ ଲୁକ୍କାୟିତ ପ୍ରତିଭା ସମ୍ମୁଖକୁ ଆସିବାର ସୁଯୋଗ ପାଉଛନ୍ତି। ସମସ୍ତ ପ୍ରତିଯୋଗୀଙ୍କ ପାଖରେ ପ୍ରତିଭା ଭରି ରହିଛି। ସେମାନଙ୍କୁ ଆଗାମୀ ଦିନରେ ନିଶ୍ଚୟ ସୁଯୋଗ ଦେବା ପାଇଁ ଚେଷ୍ଟା କରିବୁ।
ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ୍‌, ବିଚାରକ

ଅନେକ ସୁରକୁ ଏକା ସାଙ୍ଗେ ଶୁଣିବାର ଅନନ୍ୟ ସୁଯୋଗ

ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ଖୁବ୍‌ ସୁନ୍ଦର ଗୀତ ଗାଇଲେ। ଏହାସହ ଅନେକ ସୁରକୁ ଏକା ସାଙ୍ଗରେ ଶୁଣିବାର ସୁଯୋଗ ଦେଇଥିବାରୁ ‘ସମ୍ବାଦ’ ଓ ରେଡିଓ ଚକଲେଟକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏଭଳି ଏକ ପ୍ରୟାସ ସର୍ବଦା ପ୍ରଶଂସନୀୟ। ପିଲାମାନେ ବହୁତ ସୁନ୍ଦର ଗାଉଥିଲେ, ତାଙ୍କ ଭି‌ତରେ ୩ଜଣଙ୍କୁ ବାଛିବା ବହୁତ କଷ୍ଟ ଥିଲା। ଆମେ ବହୁତ କଷ୍ଟରେ ବିଜେତା ଚୟନ କରିଛୁ।
ବିଶିଷ୍ଟ କଣ୍ଠଶିଳ୍ପୀ ବସନ୍ତ ପାତ୍ର, ବିଚାରକ

ସାଧନା ଜାରି ରଖନ୍ତୁ ପ୍ରତିଯୋଗୀ

ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାର କୋଣଅନୁକୋଣରୁ ସୁନ୍ଦର ପ୍ରତିଭାବାନ କଳାକାରଙ୍କୁ ଶୁଣିବାକୁ ସୁଯୋଗ ମିଳୁଛି। ତେଣୁ ସମ୍ବାଦ ପରିବାରକୁ ବହୁତ ବହୁତ ଧନ୍ୟବାଦ। ଏଭଳି ଉଦ୍ୟମ ସବୁବେ‌ଳେ ପ୍ରଶଂସନୀୟ। ଏଠି ସଂଗୀତର ଏକ ମହାମିଳନ ‌ଦେଖିବାକୁ ମିଳିଲା। ସମସ୍ତ ପ୍ରତିଯୋଗୀ ବହୁତ ଭଲ ଗାଇଲେ। ‌ତା’ ଭିତରୁ ଶ୍ରେଷ୍ଠ ତିନିଜଣଙ୍କୁ ବାଛିବା ବହୁତ କଷ୍ଟ। ଏହାସହ ଯେଉଁମାନେ ଶ୍ରେଷ୍ଠ ତାଲିକାରେ ସାମିଲ୍‌ ହୋଇପାରିଲେନି, ସେମାନେ ମଧ୍ୟ ଆଗାମୀ ଦିନରେ ନିଶ୍ଚିତ ଆଗକୁ ଆସିପାରିବେ। ସେମାନେ ତାଙ୍କର ସାଧନାକୁ ଏଇଭଳି ଜାରି ରଖନ୍ତୁ। ସଫଳତାର ପାହାଚ ଚଢ଼ିବା ବେଶି ଦୂର ନୁହେଁ।
ବିଶିଷ୍ଟ କଣ୍ଠଶିଳ୍ପୀ, ନାଜିଆ ଆଲାମ୍‌, ବିଚାରକ

ସମ୍ବାଦ ସବୁବେଳେ ଛାତ୍ରଛାତ୍ରୀଙ୍କୁ ମଞ୍ଚ ଯୋଗାଇଥାଏ

‘ସମ୍ବାଦ’ ସବୁବେଳେ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢ଼ିବା ପାଇଁ ମଞ୍ଚ ଯୋଗାଇଥାଏ। ଆଜିର ଏହି ବିତର୍କ ପ୍ରତିଯୋଗିତାରେ ଭାଗ ନେଇ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଯେତିକି ଖୁସି, ବହୁତ କିଛି କଥା ଶିଖିବାକୁ ମିଳିଥିବାରୁ ତା’ଠୁ ବେଶି ଖୁସି।
ଅଭିଲିପ୍ସା ପଟ୍ଟନାୟକ, ପ୍ରଜାମଣ୍ଡଳ ମହାବିଦ୍ୟାଳୟ, ନୟାଗଡ଼

ଅଂଶଗ୍ରହଣ କରି ଗର୍ବ ଲାଗୁଛି

ବିତର୍କ ପ୍ରତିଯୋଗିତାରେ ଭାଗ ନେଇ ନିଜକୁ ଭାରି ଗର୍ବ ଲାଗୁଛି। ଆଜିର ଏ କାର୍ଯ୍ୟକ୍ରମରୁ ବହୁତ କିଛି ଶିଖିବାକୁ ମିଳିଲା। ବିର୍ତକରେ ମୁଁ ଦ୍ବିତୀୟ ସ୍ଥାନ ଅଧିକାର କରିଥିବାରୁ ଖୁସି ଲାଗୁଛି। ଏହା ମୋତେ ଆଗକୁ ବିଭିନ୍ନ ପ୍ରତିଯୋଗିତାରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ।
ସୁଦୀପ ସୁଦର୍ଶନ ରଣା, ଆଇଆଇଟି, ଖଡ଼ଗପୁର

ଅଧିକ ଉତ୍ସାହିତ କରିବ

ବିତର୍କର ବିଷୟବସ୍ତୁ ଗୁରୁତ୍ବପୂର୍ଣ୍ଣ ଥିଲା। ଏଭଳି ଏକ ମଞ୍ଚ କରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ‘ସମ୍ବାଦ’ର ପ୍ରୟାସ ସର୍ବଦା ପ୍ରଶଂସନୀୟ। ଏହା ମୋ ଭଳି ଅନେକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରୁଛି। ଆଜିର ପ୍ରତିଯୋଗିତାରେ ଭାଗ ନେଇ ମୁଁ ତୃତୀୟ ସ୍ଥାନ ଅଧିକାର କରିଛି।
ଅଂଶୁମାନ ସାହୁ, ଉତ୍କଳ ବିଶ୍ବବିଦ୍ୟାଳୟ

ପ୍ରତିଯୋଗିତାରୁ ଅନେକ କିଛି ଶିଖିବାକୁ ମିଳେ

ପ୍ରତିଯୋଗିତାର ମାନେ ନୁହେଁ ଯେ କେବଳ ପ୍ରଥମ କି ଦ୍ବିତୀୟ ସ୍ଥାନ ଅଧିକାର କରିବା। ଏଥିରୁ ବିଭିନ୍ନ ଛାତ୍ରଛାତ୍ରୀ ଓ ବିଚାରକଙ୍କ ଚିନ୍ତାଧାରା ସଂପର୍କରେ ଜାଣିବାକୁ ମିଳିଥାଏ। ଆମେ ଅନେକ କିଛି ଶିଖିଥାଉ।
ଦେବବ୍ରତ ପଟ୍ଟନାୟକ, ଖୋର୍ଦ୍ଧା

‌ଦୋଷ ଦୁର୍ବଳତାକୁ ସଜାଡ଼ିବାର ସୁଯୋଗ ମିଳିଛି

ମୁଁ ବିଦ୍ୟାଳୟରେ ଆୟୋଜିତ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛି। କିନ୍ତୁ ‘ସମ୍ବାଦ’ର ଏ ପ୍ରତିଯୋଗିତାରେ ଭାଗ ନେବା ପରେ ମୁଁ ଆଜି ମୋ ଦୋଷ ଦୁର୍ବଳତା ଜାଣିପାରିଛି। ଭବିଷ୍ୟତରେ ଆହୁରି କଠିନ ପରିଶ୍ରମ କରିବା ପାଇଁ ଏହା ମୋତେ ପ୍ରେରଣା ଦେବ। ଆଜିର ଏ କାର୍ଯ୍ୟକ୍ରମରୁ ମୋତେ ଅନେକ କିଛି ଜାଣିବାର ସୁଯୋଗ ମିଳିଲା।
ଅପର୍ଣ୍ଣା ପୃଷ୍ଟି, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ

ସମ୍ବନ୍ଧିତ ଖବର