ଭୁବନେଶ୍ବର : ଖୋର୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ରବିବାର ନୂତନ ପ୍ରଯୁକ୍ତି ବିଦ୍ୟା କୌଶଳରେ ନିର୍ମିତ ଏକ ଓପୋଲଫେଡ୍ ଚିକେନ୍ ଫ୍ରେସ୍ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହାକୁ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ୟୁବିଆଇ, ଖୋର୍ଧା ଶାଖାର ମ୍ୟାନେଜର୍ ଅତସି ଚରଣ ପଟ୍ଟନାୟକ, ଓପୋଲଫେଡ୍ର ପରିଚାଳନା ନିର୍ଦେଶକ ନରେଶଚନ୍ଦ୍ର ରଥ, ଜେନେରାଲ ମ୍ୟାନେଜର୍ ବିମଳ କୁମାର ମହାପାତ୍ର, ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ରନାଥ ପ୍ରଧାନ, ବିବେକାନନ୍ଦ ପଟ୍ଟନାୟକ, ତାରିଣୀ କୁମାର ସାହୁ, ସୁକାନ୍ତ ଦାସ, କୁନ୍ମୁନ୍ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ପଣ୍ଡା, ସନ୍ତୋଷ ଦାଶ ଏବଂ ଅସରଫ୍ ତରଫଦାର ଉପସ୍ଥିତ ଥିଲେ। ଉଦ୍ୟୋଗୀ କୁନ୍ମୁନ୍ ମିଶ୍ରଙ୍କ ଦ୍ବାରା ସ୍ଥାପିତ ଏହି କେନ୍ଦ୍ରରେ ବୈଜ୍ଞାନିକ ପଦ୍ଧତିରେ ଦୈନିକ ଦୁଇ ହଜାର କୁକୁଡ଼ା ପ୍ରକ୍ରିୟାକରଣ କରାଯାଇପାରିବ।
ଖୋର୍ଧାରେ ଓପୋଲଫେଡ୍ ଚିକେନ୍ ଫ୍ରେସ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/10/opl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)