ବାଲିପାଟଣା: ବାଲିପାଟଣା ବ୍ଲକ ଅଠାନ୍ତର ପଞ୍ଚାୟତ ସରିପୁର ମୌଜାରେ ଥିବା ଗୋଚର ଜମିରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ପୁରୁଷ ଏବଂ ମହିଳା। ଉକ୍ତ ଜମିରେ ସରିପୁର ମୌଜା ମହିଳା ସଂଗଠନ କର୍ମକର୍ତା ଗଛ ଲଗାଇ ଦଖଲକୁ ନେଇଛନ୍ତି। ଉକ୍ତ ଗୋଚର ଜମିକୁ ଦଲାଲଙ୍କ ହାତରେ ଟେକି ଦେବେ ନାହିଁ ବୋଲି ତପସ୍ବିନୀ ମହିଳା ସଂଗଠନର ସଭ୍ୟା ହରପ୍ରିୟା ଭୋଳ କହିଛନ୍ତି।
ପ୍ରକାଶ ଥାଉକି ବାଲିପାଟଣା ତହସିଲ ସରିପୁର ମୌଜାର ଖାତା ନମ୍ବର–୪୪୨, ପ୍ଲଟ ନମ୍ବର-୧୧୩୨, ୧୧୩୩, ୧୧୨୮ ରେକର୍ଡରେ ଗୋଚର ଜମି। ଏହାକୁ ଦଖଲକୁ ନେଇ ନିଜ ଜମିକୁ ରାସ୍ତା ନିର୍ମାଣ ପାଇଁ ପ୍ରୟାସ କରୁଥିବା ଜମି ମାଲିକଙ୍କୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗତ ରବିବାର ରାତି ଅଧରେ ଏହି ଗୋଚର ଜମିରେ କଂକ୍ରିଟ ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଗ୍ରାମବାସୀ ପହଞ୍ଚି କାର୍ଯ୍ୟ ବନ୍ଦ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲା। ଅପରପକ୍ଷରେ ଗତକାଲି ରାତିରେ କିଛି ବ୍ୟକ୍ତି ଲଗାଯାଇଥିବା ଗଛକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉକ୍ତ ଗୋଚର ଜମିରେ ଅଠାନ୍ତର ପଞ୍ଚାୟତ ତରଫରୁ ମାକେର୍ଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ନାଏବ ସରପଞ୍ଚ ନରେନ୍ଦ୍ର ଭୋଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/dg8jdg987j98d7j98dgjjjjjjjjjjjjjjjdgjjjjjjjjjjjj.jpg)