ଭୁବନେଶ୍ବର: ଏମ୍ସ ନିକଟବର୍ତ୍ତୀ ଅଞ୍ଚଳରେ ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ଘରଗୁଡ଼ିକୁ ଉଚ୍ଛେଦ କରିବା ସମୟରେ ଆଜି ଉତ୍ତେଜନା ଦେଖାଦେଇଛି। ଜଟଣୀ ବିଧାୟକ ସୁର ରାଉତରାୟ ଜେସିବି ଆଗରେ ବସିବାରୁ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ ହୋଇପାରିନି। ବିଡିଏର ସୂଚନା ଅନୁଯାୟୀ, ଏମ୍ସ ହସ୍ପିଟାଲ ନିକଟବର୍ତ୍ତୀ ଅଞ୍ଚଳରେ ବହୁ ସରକାରୀ ଜମି ଜବରଦଖଲ କରି ଦୋକାନ ନିର୍ମାଣ କରାଯାଇଛି। ୪୦ରୁ ଅଧିକ ଦୋକାନ ନିର୍ମାଣ ହୋଇଥିବାରୁ ରାସ୍ତା ସଙ୍କୁଚିତ ହୋଇଛି। ତେଣୁ ଦୋକାନଗୁଡ଼ିକୁ ଭାଙ୍ଗିବା ନେଇ ଆଜି ଉଚ୍ଛେଦକାରୀ ଟିମ୍ ଯାଇଥିଲା। ହେଲେ ଦୁଇଟି ଦୋକାନ ଉଚ୍ଛେଦ ପରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ତାଙ୍କ ସମର୍ଥକ ଓ ବ୍ୟବସାୟୀମାନେ ଜେସିବି ଆଗରେ ବସିବା ସହ ଦୋକାନ ନ ଭାଙ୍ଗିବାକୁ ଜିଦ୍ ଧରିଥିଲେ। ଆବଶ୍ୟକ କ୍ଷତିପୂରଣ ଓ ଥଇଥାନ କରିବା ପରେ ଦୋକାନ ଉଚ୍ଛେଦ କରିବାକୁ କହିଥିଲେ। ଏହାପରେ ଉଚ୍ଛେଦକାରୀ ଟିମ୍ ଦୋକାନ ନଭାଙ୍ଗି ଫେରି ଆସିଥିଲା। ସେହିପରି ଆଜି ଆଇଗିଣିଆରେ ଏକ ସରକାରୀ ଜମି ଉପରେ ନିର୍ମାଣ ହୋଇଥିବା ଘରକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଛି।
ଦୋକାନ ଉଚ୍ଛେଦକୁ ବିରୋଧ, ରାସ୍ତାରେ ବସିଲେ ସୁର
/sambad/media/post_attachments/wp-content/uploads/2020/12/fhfs54645465465654465446545shfshfshfhfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)