ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତାକୁ ନେଇ ବିବାଦ ଘନେଇଛି। ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଆଜି ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ଅଙ୍କାବଙ୍କା ୨୦୦ ଫୁଟିଆ ରାସ୍ତାର ନକ୍ସା ପରିବର୍ତ୍ତନ କରି ସିଧା ନିର୍ମାଣ କରିବାକୁ ମନ୍ତ୍ରୀ, ବିଧାୟକ ଓ ବିଜେପି ନେତାମାନେ ଆଞ୍ଚଳିକ କମିଟି ସହିତ ଆଲୋଚନା କରି ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ପୂର୍ତ୍ତ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ପୁଣି ଅଙ୍କାବଙ୍କା ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ସାଲିଆସାହି ବସ୍ତିବାସିନ୍ଦାଙ୍କୁ ଆଘାତ ଦେଇଛି। ରାଜ୍ୟ ସରକାର ଯଦି ବସ୍ତିବାସିନ୍ଦାଙ୍କ ଦାବିକୁ ଗୁରୁତ୍ବ ଦେଉଛନ୍ତି, ତେବେ ୫ ଏକରରୁ କମ୍ ଜମିରେ ୧୦୦ ଫୁଟର ସିଧା ରାସ୍ତା ନିର୍ମାଣ କରାଯାଉ। ବିଏମ୍ସି ପାଖରେ ଜଙ୍ଗଲ ଅଧିକାର କାର୍ଯ୍ୟକାରୀ କରିବାକୁ ସରକାରୀ ଚିଠି ଥବା ବେଳେ ଆବାସ ଯୋଜନାରେ ନିମ୍ନମାନର ଘର ଦେବାକୁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ ହୋଇଛି। ସର୍ଭେ ନାମରେ ବସ୍ତିବାସିନ୍ଦାଙ୍କୁ ବାରମ୍ବାର ହଇରାଣ କରିବା ବନ୍ଦ କରାଯିବା ସହ ରାସ୍ତାର ନକ୍ସା ପରିବର୍ତ୍ତନ ପରେ ବସ୍ତି କମିଟିର ଉପସ୍ଥିତିରେ ସର୍ଭେ କରିବାକୁ ପୂର୍ବରୁ ଦାବି କରାଯାଇଥିଲା। ଜୁନ୍ ୧୨ରେ ଏହି ଦାବି ସମ୍ବଳିତ ଅଭିଯୋଗପତ୍ର ବିଏମ୍ସି କମିସନରଙ୍କୁ ଦିଆଯାଇଥିଲେ ମଧ୍ୟ ତାହାର ବିଚାର ନକରି ବିଏମ୍ସି କର୍ମଚାରୀମାନେ ବିଭିନ୍ନ ଆଳରେ ବସ୍ତିବାସିନ୍ଦାଙ୍କୁ ବିଭ୍ରାନ୍ତ କରୁଛନ୍ତି। କମିଟିର ସଭାପତି ଜୟଦେବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଆବାହକ ମଣ୍ଡଳୀ ସଭ୍ୟ ସାଲ ମାର୍ଣ୍ଡି, ଅଞ୍ଜନ ନାଥ, ରଘୁନାଥ ନାଥ, ଚାମ୍ବୁରୁ ସୋରେନ, ଶିବ ଶଙ୍କର ସୋରେନ, ଗଦାଧର ପ୍ରଧାନ, ଅନାଦି ପାତ୍ର, ବାସୁଦେବ ଦାସ, ସତ୍ୟପ୍ରିୟ ଲେଙ୍କା, ଅନୁସୂୟା ସାହୁ, ଜୟନ୍ତୀ ସୋରେନ, ଗୌତମ ପ୍ରଧାନ, ଦେବ ମିଶ୍ର, କାଳନ୍ଦୀ ପ୍ରଧାନ, ମୟୂରଭଞ୍ଜ ସୁରକ୍ଷା ମଞ୍ଚର ସଭାପତି ବଡ଼ନାରାଣ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।
୨୦୦ ଫୁଟିଆ ରାସ୍ତାକୁ ବିରୋଧ
ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତାକୁ ନେଇ ବିବାଦ ଘନେଇଛି। ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଆଜି ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ଅଙ୍କାବଙ୍କା ୨୦୦ ଫୁଟିଆ ରାସ୍ତାର ନକ୍ସା ପରିବର୍ତ୍ତନ କରି...
/sambad/media/media_files/2025/07/05/qazwsx-2025-07-05-06-14-17.jpg)