ମନ୍ଦିର ଉଚ୍ଛେଦକୁ ବିରୋଧ ମାମଲା: ସପ୍ତମ ଦିନରେ ଘାଟିକିଆବାସୀଙ୍କ ଆନ୍ଦୋଳନ

ଖଣ୍ଡଗିରି: ଘାଟିକିଆ କଳିଙ୍ଗନଗର କେ-୭ ରେ ଥିବା ୧୦୦ବର୍ଷର ପୁରୁଣା ମନ୍ଦିରକୁ ଭାଙ୍ଗି ଉକ୍ତ ଜମିକୁ ବିଡିଏ ନିଲାମ କରିବାକୁ ଯାଉଥିବା ପ୍ରସଙ୍ଗକୁ ସ୍ଥାନୀୟ ଲୋ‌କେ ଜୋର୍‌ଦାର ବିରୋଧ କରୁଛନ୍ତି। ମନ୍ଦିର ଭଙ୍ଗା ଓ ଜମି ନିଲାମକୁ ବିରୋଧ କରି ସେମାନେ ଗଣଧାରଣାରେ ବସିଛନ୍ତି। ଆଜିକୁ ୭ ଦିନ ହେଲା ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ ବି ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳକୁ ଆସିନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। କଳିଙ୍ଗନଗର କେ-୭ ଓ ଘାଟିକିଆ ଗ୍ରାମବାସୀମାନେ ଦୀର୍ଘ ୭ ଦିନ ହେବ ମନ୍ଦିର ପ୍ରାଙ୍ଗଣରେ ଧାରଣାରେ ବସିଛନ୍ତି। ପ୍ରଶାସନ ମନ୍ଦିର ଭଙ୍ଗା ନିଷ୍ପତ୍ତିରୁ ନ ଓହରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି। କେ -୭ ଆବାସିକ ସଂଘର ସମ୍ପାଦକ ଜଗମୋହନ ପଟ୍ଟନାୟକ, ସଂଗଠନର ଅନ୍ୟ କର୍ମକର୍ତ୍ତା, କେ-୭ ଶ୍ରେୟା ମହିଳା ସଂଗଠନର ସଦସ୍ୟାଙ୍କ ସମେତ ଘାଟିକିଆ ଗ୍ରାମବାସୀମାନେ ଧାରଣାରେ ବସି ରହିଛନ୍ତି।

ସମ୍ବନ୍ଧିତ ଖବର