ଭୁବନେଶ୍ୱର: ଗତକାଲି ରାତିଠାରୁ ଭୁବନେଶ୍ବର ଓ କଟକରେ ଆରମ୍ଭ ହୋଇଥିବା ବର୍ଷାର ପ୍ରଭାବ ଆଜି ମଧ୍ୟ ଦେଖିବାକୁ ମିଳିଛି | ସକାଳୁ ଲଗାଣ ବର୍ଷାରେ ବେହାଲ ହୋଇଛନ୍ତି ଭୁବନେଶ୍ୱରବାସୀ | ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି ସ୍ପଷ୍ଟ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ | ଦ୍ବୈତ-ନଗରୀ ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି |
#Heavy / #Intense #rainfall #advisory for #capital city area (#Bhubaneswar & #Cuttack city) pic.twitter.com/tlmVLyuQp0
— Meteorological Centre, Bhubaneswar (@mcbbsr) August 19, 2020
ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କଟକ-ଭୁବନେଶ୍ୱର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି | ଅଗଷ୍ଟ ୨୦ ତାରିଖ ସକାଳ ୮ଟା ୩୦ମିନିଟ ପର୍ଯ୍ୟନ୍ତ ଲଗାଣ ବର୍ଷାର ସମ୍ଭାବନା ଥିବାରୁ କଟକ-ଭୁବନେଶ୍ୱରବାସୀଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି | ଏହା ସହ ଯେତେ ସମ୍ଭବ ଘରେ ରହିବା ସହ ବାହାରକୁ ଗଲେ ଗାଡି ଧୀରେ ଚଳାଇବା ପାଇଁ କୁହାଯାଇଛି | ରାସ୍ତାରେ ପାଣି ଜମା ହେବାର ସମ୍ଭାବନା ଥିବାରୁ ମ୍ୟାନହୋଲ ଦେଖି ଯାତାୟାତ କରିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି | ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖା ଯାଇଛି | ଓଡ଼ିଶାରେ ମଧ୍ୟ ୨ସପ୍ତାହ ହେଲାଣି ବର୍ଷା ଲାଗି ରହିଛି |