ଭୁବନେଶ୍ୱର: ରାଜ୍ୟରେ ପରିବେଶ ପର୍ଯ୍ୟଟନ ପାଇଁ ବନ ଉନ୍ନୟନ ନିଗମ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିଛି। ଭୁବନେଶ୍ୱରଠାରେ ଜୟଦେବ ବାଟିକା ପରି ଏକ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରାଯାଇଥିବା ବେଳେ ରାଜ୍ୟର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି। ବନ ଉନ୍ନୟନ ନିଗମ କର୍ମଚାରୀଙ୍କ ନିଷ୍ଠା ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ଲାଭଜନକ ସଂସ୍ଥା ହୋଇ ପାରିଛି। ଗତ ବର୍ଷ ତୁଳନାରେ ଚଳିତ ଥର ରାଜ୍ୟ ସରକାରଙ୍କୁ ପନ୍ଦର ଶତକଡ଼ା ରାଜସ୍ୱ ଅଧିକ ନଗମ ଦେଇଛି। ବାସ୍ତବରେ ରାଜ୍ୟର ରାଜସ୍ୱ ଓ ସବୁଜିମା ବୃଦ୍ଧିରେ ଓଡ଼ିଶା ବନ ଉନ୍ନୟନ ନିଗମର ଅବଦାନ ପ୍ରଶଂସନୀୟ।
ନିଗମର ୫୬ତମ ପ୍ରତିଷ୍ଠା ଦିବସରେ ଅତିଥିଭାବେ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଏପରି ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥି ଭାବେ ଭାରତ ସରକାରଙ୍କ ଜଙ୍ଗଲ ବିଭାଗର ମହାନିର୍ଦେଶକ ସିଦ୍ଧାନ୍ତ ଦାସ, ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁବାସ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ନିଗମର ଅଧ୍ୟକ୍ଷ ତଥା କୃଷି ଉତ୍ପାଦନ ଆୟୁକ୍ତ ଡ. ଗଗନ କୁମାର ଧଳ ଅଧ୍ୟକ୍ଷତା କରିଥିଲେ। ନିଗମର ବାର୍ଷିକ କାର୍ଯ୍ୟକ୍ରମ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ପରିଚାଳନା ନିର୍ଦେଶକ ଜିତେନ୍ଦ୍ର କୁମାର ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ଦେଇଥିଲେ। ନଟବର ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ। ସଭା ଶେଷରେ ବିଜୟ ମିଶ୍ରଙ୍କ ରଚନା ଓ ବଶିଷ୍ଟ ଚଳଚ୍ଚିତ୍ର ତାରକା ଅଜିତ୍ ଦାସଙ୍କ ନିର୍ଦେଶନାରେ ନିଗମ କର୍ମଚାରୀଙ୍କ ଦ୍ୱାରା ନାଟକ ‘ଫେରିବାର ସମୟ’ ମଞ୍ଚସ୍ଥ ହୋଇଥିଲା।
ରାଜ୍ୟର ରାଜସ୍ୱ ଓ ସବୁଜିମା ବୃଦ୍ଧିରେ ନିଗମର ଅବଦାନ ପ୍ରଶଂସନୀୟ
ଓଡ଼ିଶା ବନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସ
/sambad/media/post_attachments/wp-content/uploads/2017/10/bww.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)