ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧଜୀବୀ ଫୋରମ୍ ଦି ଇଣ୍ଟେଲେକ୍ଟସ୍ ପକ୍ଷରୁ ବିଶିଷ୍ଟ ସ୍ତମ୍ଭକାର ଗୌରହରି ଦାସଙ୍କୁ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି। ଗତକାଲି ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତଙ୍କ ଉପସ୍ଥିତିରେ ସଂଗଠନର ମୁଖ୍ୟ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ଉପଢ଼ୌକନ ଓ ସ୍ମାରକୀ ଟ୍ରଫି ପ୍ରଦାନ କରି ଶ୍ରୀ ଦାସଙ୍କୁ ସମ୍ମାନିତ କରିଥିଲେ। ‘ଜୀବନର ଜଳଛବି’ ଓ ‘ରାଜଧାନୀ ରାଜନୀତି’ ଶୀର୍ଷକ ସ୍ତମ୍ଭ ରଚନା କରି ଶ୍ରୀ ଦାସ ପାଠକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ବିଶ୍ବ ମାତୃଭାଷା ଦିବସ ଅବସରରେ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀରେ ଶ୍ରୀ ଦାସଙ୍କୁ ଏହି ପୁରସ୍କାର ଅନ୍ଲାଇନ୍ରେ ପ୍ରଦାନ କରାଯାଇଥିଲା।
ସ୍ତମ୍ଭକାର ଗୌରହରି ଦାସଙ୍କୁ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ
/sambad/media/post_attachments/wp-content/uploads/2022/04/36-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)