ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଗୁଂଜନ ରନର୍ସଅପ୍‌

ଭୁବନେଶ୍ବର: ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍‌ ଇଣ୍ଡିଆ ସାଇନ୍‌ ଅଫ୍‌ ସ୍କାଏ-୨୦୨୧‌’ରେ ଓଡ଼ିଆ ଝିଅ ଗୁଂଜନ ପ୍ରିୟଦର୍ଶିନୀ ରନର୍ସ-ଅପ୍‌ ହୋଇଛନ୍ତି। କୌଶିକ୍‌ ଇଭେଣ୍ଟ ପକ୍ଷରୁ ଗତ ୧୪ତାରିଖରେ ନୂଆଦିଲ୍ଲୀ ଗ୍ରିନ୍‌ ପାର୍କସ୍ଥିତ ହୋଟେଲ ସାଉଥ ଗେଟ୍‌ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବକ, ଯୁବତୀ ଓ ବିବାହିତ ମହିଳା ଆଦି କାଟାଗୋରିର ଅଡିସନ୍‌ରେ ଭାରତର ବିଭିନ୍ନ ରାଜ୍ୟରୁ ୫୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡ଼ିଶାର ଫ୍ୟାସନ୍‌ ମଡେଲ ପ୍ରଶିକ୍ଷଣ ସଂସ୍ଥା ‘ଓଡ଼ିଆ ଫ୍ୟାସନ୍‌ ଭିଲ୍ଲା’ରୁ ମନୋନୀତ ହୋଇ ୧୭ବର୍ଷୀୟ ଗୁଞ୍ଜନ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ। ଏକ ପ୍ରେସ୍‌ ବିବୃତିରେ ଓଡ଼ିଶା ଫ୍ୟାସନ୍‌ ଭିଲ୍ଲାର ନିର୍ଦ୍ଦେଶକ ଅଭିଷେକ ମହାନ୍ତି ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର