ଆଇସିଏସ୍‌ଇ ପରୀକ୍ଷାରେ ଓଡ଼ିଆ ଝିଅ ୟୁଏଇ ଟପର୍‌

ଭୁବନେଶ୍ବର: ଭୁବନେଶ୍ବରର ଓଡ଼ିଆ ଝିଅ ଶ୍ରୁତି ମିଶ୍ର ଆଇସିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା ବାଣିଜ୍ୟ ଷ୍ଟ୍ରିମ୍‌‌ରେ ସମଗ୍ର ୟୁଏଇରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦୁବାଇସ୍ଥିତ ଜେଏସ୍‌ଏସ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ହେଉଛନ୍ତି ଶ୍ରୁତି। ସେ ଆଇସିଏସ୍‌ସିର ଦଶମ ବୋର୍ଡ ପରୀକ୍ଷାରେ ୯୭.୨% ନମ୍ବର ରଖିଛନ୍ତି। ପ୍ରତିକ୍ରିୟାରେ ଶ୍ରୁତି କହିଛନ୍ତି ଯେ ସେ ଭବିଷ୍ୟତରେ ଏକ ସଫଳ ଉଦ୍ୟୋଗପତି ହେବାର ଲକ୍ଷ୍ୟ ରଖିଛନ୍ତି। ସେ ହେଉଛନ୍ତି ଶୈଳଶ୍ରୀ ବିହାରର ବାସିନ୍ଦା ପ୍ର. ରୋହିଣିକାନ୍ତ ମିଶ୍ର ଓ ସୁଶୀଳା ମିଶ୍ରଙ୍କ ନାତୁଣୀ ତଥା ଦୁବାଇର ଯୁବ ଓଡ଼ିଆ ବ୍ୟବସାୟୀ ସଦାଶିବ ମିଶ୍ର ଓ ଅନୁଭା ମିଶ୍ରଙ୍କ କନ୍ୟା।

ସମ୍ବନ୍ଧିତ ଖବର