ଭୁବନେଶ୍ବର: ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଅନୁରୋଧକ୍ରମେ ଅବିଭକ୍ତ ସିଂହଭୂମିର ଏକ ଓଡ଼ିଆ ପ୍ରତିନିଧିଦଳ ଚକ୍ରଧରପୁରସ୍ଥିତ ରେଳ ଡିଭିଜନ୍ ମ୍ୟାନେଜରଙ୍କୁ ସାକ୍ଷାତ କରି ରାଉରକେଲାଠାରୁ ଟାଟା ପର୍ଯ୍ୟନ୍ତ ଉତ୍କଳ ଏକ୍ସପ୍ରେସ୍ ଓ ଅନ୍ୟାନ୍ୟ ଟ୍ରେନ୍ ଯାତାୟାତ କରୁଥିବା ସମସ୍ତ ରେଳଷ୍ଟେସନ୍ ନାମଫଳକ ଓ ଘୋଷଣାନାମା ଓଡ଼ିଆ ଭାଷାରେ ପ୍ରଚଳନ କରିବା ପାଇଁ ଲିଖିତ ଅନୁରୋଧ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ଉତ୍କଳ ସମ୍ମିଳନୀର ପଶ୍ଚିମସିଂହଭୂମି ଶାଖାର ସଭାପତି ସରୋଜ ପ୍ରଧାନ, ଷଢ଼େଇକଳା, ଖରସୁଆଁ ଶାଖାର ସଂପାଦକ ସୁଶୀଳ ଷଡ଼ଙ୍ଗୀ, ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ସଦସ୍ୟ ନନ୍ଦ କୁମାର, ବଶ୍ବଜିତ୍ ପ୍ରଧାନ, ପ୍ରାକ୍ତନ ମନୋହରପୁରର ବିଧାୟକ ଗୁରୁଚରଣ ନାୟକ, ବିଧାୟକ ଶଶି ସାପୋଡ଼ା, ଝାଡ଼ଖଣ୍ଡର ପ୍ରାକ୍ତନ ସଂଖ୍ୟାଲଘୁ କମିସନର୍ ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ ପ୍ରମୁଖ ଥିଲେ।
ସେହିଭଳି ଲକ୍ଷ୍ମଣନାଥଠାରୁ ମେଦିନୀପୁର ଷ୍ଟେସନ୍, ଭାୟା ଖଡ଼ଗପୁର ଦେଇ ଥିବା ସମସ୍ତ ରେଳଷ୍ଟେସନ୍ରେ ନାମଫଳକ ଓ ଘୋଷଣାନାମା ଓଡ଼ିଆରେ କରିବା ପାଇଁ ଉତ୍କଳ ସମ୍ମିଳନୀ ଜଳେଶ୍ବର, ବାଲିଆପାଳ, ଭୋଗରାଇ, ପୂର୍ବମେଦିନିପୁର, ପଶ୍ଚିମ ମେଦିନିପୁର ଶାଖା ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ଖଡ଼ଗପୁର ରେଳ ଡିଭିଜନ୍ ମ୍ୟାନେଜର୍ଙ୍କୁ ଚିଠି ଲେଖାଯାଇଛି ବୋଲି କେନ୍ଦ୍ରୀୟ କମିଟିର ସଭାପତି ପ୍ରଫେସର୍ ଅଦ୍ବୈତ କୁମାର ପାତ୍ର, ସାଧାରଣ ସଂପାଦକ ଅନନ୍ତ ପ୍ରସାଦ ଜେନା ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।
ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଓଡ଼ିଆ ଅଞ୍ଚଳର ରେଳଷ୍ଟେସନ୍ରେ ଓଡ଼ିଆ ନାମଫଳକ ଦାବି
/sambad/media/post_attachments/wp-content/uploads/2022/01/54g65d46g5d46a54gdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)