ଭୁବନେଶ୍ୱର: ଗୁରୁବାର କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଆ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ କିଟ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଆ ନବବର୍ଷ ସହ ପଶ୍ଚିବବଙ୍ଗ, ଆସାମ, ପଞ୍ଜାବ ଆଦି ରାଜ୍ୟର ନବବର୍ଷ ପାଳନ ହୋଇଥିବା ବେଳେ ଶ୍ରୀଲଙ୍କା, ନେପାଳ ଓ ବାଂଲାଦେଶର ନବବର୍ଷ ମଧ୍ୟ ପାଳିତ ହୋଇଥିଲା।

Advertisment

କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ରେ ପଢ଼ୁଥିବା ଉପରୋକ୍ତ ରାଜ୍ୟ ଓ ଦେଶରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସେମାନଙ୍କ ଦେଶ ଓ ରାଜ୍ୟର ସାଂସ୍କୃତିକ ଓ ପରମ୍ପରାଭିତ୍ତିକ ସଂଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ଗୌହାଟୀ ଉଚ୍ଚନ୍ୟାୟାଳର ବିଚାରପତି ଜଷ୍ଟିସ୍‍ ସୌମେତ୍ର ସାଇକିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କିମ୍‍ସ ଉପକୁଳପତି ପ୍ରଫେସର୍‌ ସିବିକେ ମହାନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର୍‌ ଜ୍ଞାନରଂଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।