ଭୁବନେଶ୍ବର: ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ‘ଆଇଏମଏସ ଆଣ୍ଡ ସମ ହସ୍ପିଟାଲ’ର ପୂର୍ବତନ ଡିନ୍‌ ପ୍ରଫେସର ଡା. ଧୀରେନ୍ଦ୍ର କୁମାର ରାୟଙ୍କର ରବିବାର ସକାଳେ ସମ୍‌ ଅଲ୍‌ଟିମେଟ ମେଡିକେୟାରରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। ପତ୍ନୀ ପ୍ରଫେସର ଜୁଥିକା ରାୟ ସମ୍‌ ହସ୍ପିଟାଲର ଡର୍ମାଟୋଲୋଜି ବିଭାଗର ପୂର୍ବତନ ପ୍ରଫେସର। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ପ୍ରଫେସର ରାୟ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

Advertisment

ରିଜିଓନାଲ ସ୍ପାଇନାଲ ଇଞ୍ଜୁରି ସେଣ୍ଟର, ଓଡ଼ିଶା ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ପେଡିଆଟ୍ରିକ୍ସ, କଟକର ନିର୍ଦ୍ଦେଶକ, ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶଲ୍ୟ ବିଭାଗ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସୋଆର ମଧ୍ୟବର୍ତ୍ତିକାଳୀନ କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ବିୟୋଗରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡା. ମନୋଜ ରଂଜନ ନାୟକ ଶୋକ ପ୍ରକାଶ କରିଛନ୍ତି।