ଓସାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରିୟଦର୍ଶୀଙ୍କ ଯୋଗଦାନ

ଭୁବନେଶ୍ବର: ଓଡ଼ିଶା ସେ‌ାସାଇଟି ଅଫ୍‌ ଆମେରିକା(ଓସା)ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଟ୍‌ଲାଣ୍ଟା ସିଟିର ନିଉଜର୍ସିସ୍ଥିତ ହେରା ରିସୋର୍ଟସ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ତିନି ଦିନିଆ ଉତ୍ସବର ପ୍ରଥମ ଦିନର ଅପରାହ୍ନ ଅଧିବେଶନରେ ‘ଓଡ଼ିଶା ଡେଭଲପ୍‌ମେଣ୍ଟ୍‌ ଡେ’ ଆଲୋଚନା ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ତଥା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଇନ୍‌ଭେଷ୍ଟ୍‌ ଓଡ଼ିଶା ଦ୍ବାରା ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ, ମେକ୍ ଇନ୍ ଓଡ଼ିଶାର ସଫଳତା, ‌ଷ୍ଟାର୍ଟ ଅପ୍ ଓଡ଼ିଶା ଦ୍ବାରା ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ, ଶିକ୍ଷା ‌େକ୍ଷତ୍ରରେ ମୋ ସ୍କୁଲ୍‌ ଅଭିଯାନ ଆଦି ସମ୍ପର୍କରେ ଶ୍ରୀ ମିଶ୍ର ସୂଚନା ଦେବା ସହ ଫନିର ସଫଳ ମୁକାବିଲା କଥା ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓସାର ସଭାପତି ଲଲାଟେନ୍ଦୁ ମହାନ୍ତି, ଆଲୋଚନାଚକ୍ର କମିଟିର ଅଧ୍ୟକ୍ଷ ଦୁର୍ଗା ମିଶ୍ର, ଅଜୟ କୁମାର ମହାନ୍ତି, ସୁକାନ୍ତ ମହାପାତ୍ର, ପ୍ରଫେସର ଚିତ୍ତ ବରାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରେ ଏକ ଏନ୍‌ଆର୍‌ଓ ସେଲ୍‌ ଖୋଲିବା ପାଇଁ ବକ୍ତାମାନେ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ।

ସମ୍ବନ୍ଧିତ ଖବର