ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ରେ ରାଜ୍ୟସ୍ତରୀୟ ମହିଳା ପୁଲିସ ସମ୍ମିଳନୀ

କଟକ: ଓଡ଼ିଶା ପୁଲିସ୍‌ ପକ୍ଷରୁ ‘ପୁଲିସ୍‌ରେ ମହିଳା ଶୀର୍ଷକ ଦିନିକିଆ ସମ୍ମିଳନୀ ଓଏସ୍‌ଏପି ଷଷ୍ଠ ବାଟାଲିୟନ ପରିସରରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବର୍ଗରେ କାର୍ଯ୍ୟ କରୁଥିବା ୧୨୭ଜଣ ମହିଳା ଅଧିକାରୀ ଓ କର୍ମଚାରୀମାନେ ସମ୍ମିଳନୀରେ ଅ˚ଶଗ୍ରହଣ କରିଥିଲେ। ମହିଳାମାନଙ୍କ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଲିଙ୍ଗଗତ ସମସ୍ୟା, ତାହାର ସମାଧାନ, ମହିଳା ପୁଲିସ୍‌ଙ୍କ ବିଭିନ୍ନ ସେବା ଓ କଲ୍ୟାଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସମ୍ମିଳନୀରୁ ବାହାରିଥିବା ନିର୍ଯ୍ୟାସ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟକୁ ଅବଗତ କରାଯିବ।

ସମ୍ମିଳନୀରେ ପ୍ରତିନିଧିମାନେ ଚାରୋଟି ସିଣ୍ତିକେଟ ଦଳରେ ବିଭକ୍ତ ହୋଇଥିଲେ। ପଶ୍ଚିମାଞ୍ଚଳ ପୁଲିସ୍‌ ରେଞ୍ଜର ଡି.ଆଇ.ଜି କବିତା ଜଲାନଙ୍କ ଦ୍ବାରା ପରିଚାଳିତ ଦଳ ପ୍ରଥମ ଅଧିବେଶନରେ ମହିଳା ପୁଲିସ୍‌ଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ପ୍ରୋତ୍ସାହନ ବାଧକ ଉପରେ ଆଲୋଚନା କରିଥିଲେ। ଏହାପରେ ସୁନ୍ଦରଗଡ଼ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ସୌମ୍ୟା ମିଶ୍ରଙ୍କ ପରିଚାଳନାରେ ହୋଇଥିବା ଦ୍ବିତୀୟ ଅଧିବେଶନରେ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ସମସ୍ୟାର ମାତ୍ରା ଓ ଉପଶମ ଉପାୟ, ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ପରିଚାଳନାରେ ହୋଇଥିବା ତୃତୀୟ ଅଧିବେଶନରେ ଲିଙ୍ଗଗତ ଇନ୍‌ସେନସିଟିଭିଟି ଏବ˚ ପୋଷାକ ଓ ସରଞ୍ଜାମ ପ୍ରସଙ୍ଗ ଏବ˚ ଭିଜିଲାନ୍ସ ଏସ୍‌ପି (ସମନ୍ବୟ) ଅଶ୍ବିନୀ କୁମାରୀ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ଶେଷ ଅଧିବେଶନରେ ପୁଲିସ୍‌ରେ ମହିଳା କ୍ରୀଡ଼ାବିତ୍‌ଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ସମ୍ମିଳନୀର ଶେଷ ଭାଗରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କର୍ମକ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଏବ˚ ସେମାନଙ୍କ କାର୍ଯ୍ୟ ପରିବେଶର ଉନ୍ନତି ଦିଗରେ କାର୍ଯ୍ୟ କରାଯିବାକୁ ଅଭୟ ପ୍ରତିଶ୍ରୁତି ଦେଇଥିଲେ। ଏହି ଅଧିବେଶନରେ ରାଜ୍ୟ ପୁଲିସ୍‌ର ବହୁ ବରିଷ୍ଠ ଅଧିକାରୀ ଅ˚ଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର