୧୮୦୦୩୪୫୦୦୬୧ ଏବଂ ୦୬୭୪-୨୪୩୧୨୫୩ ନମ୍ବରରେ ୨୪ଘଣ୍ଟା ପରାମର୍ଶ
ତିନି ଜୋନ୍ରେ ରହିବ ତିନିଟି ସ୍ବତନ୍ତ୍ର ଆମ୍ବୁଲାନ୍ସ
ଭୁବେନଶ୍ବର : ରାଜଧାନୀରେ ଏବେ ପ୍ରାୟ ୧୫୦୦ରୁ ଅଧିକ ଆକ୍ରାନ୍ତ ଘରେ ପୃଥକବାସରେ ରହି କିମ୍ବା ହୋଟେଲରେ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେମାନଙ୍କ ସେମାନଙ୍କୁ ଗୁଣାତ୍ମକ ଚିକିତ୍ସା ମିଳୁନି ବୋଲି ଅଭିଯୋଗ ହେଉଛି। ଏପରିକି ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲେ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସ ଆସୁନି। ରାତିରେ ଫୋନ୍ କଲେ କେହି ସହଯୋଗ କରୁନାହାନ୍ତି। ଏହିଭଳି ବହୁ ଅଭିଯୋଗ ଆସିବା ପରେ ଏବଂ ସମ୍ବାଦରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ବିଏମ୍ସି ପକ୍ଷରୁ ଏନେଇ ଏସ୍ଓପି ଜାରି କରାଯାଇଛି।
ପୃଥକବାସରେ ରହି ଚିକିତ୍ସିତ ହେଉଥିବା ଲୋକଙ୍କୁ ୨୪ଘଣ୍ଟା ପରାମର୍ଶ ଦେବା ପାଇଁ ଦୁଇଟି ଫୋନ୍ ନମ୍ବର ଦିଆଯାଇଛି। ଆକ୍ରାନ୍ତ କିମ୍ବା ତାଙ୍କ ସମ୍ପର୍କୀୟ ୧୮୦୦୩୪୫୦୦୬୧ କିମ୍ବା ୦୬୭୪-୨୪୩୧୨୫୩ ନମ୍ବରରେ ଫୋନ୍ କରି ତାଙ୍କର ଆବଶ୍ୟକତା, ସମସ୍ୟା କହିପାରିବେ। ଏହାପରେ ଉପଯୁକ୍ତ ପରାମର୍ଶ ମିଳିବ। ଏଥିପାଇଁ ଆୟୁଷ ଡାକ୍ତର ଓ ସହାୟକ ୨୪ ଘଣ୍ଟା କାର୍ଯ୍ୟ କରିବେ। ସମୁଦାୟ ତିନଟି ସିଫ୍ଟରେ ଏହି ସେବା ଯୋଗାଇ ଦିଆଯିବ। କୋଭିଡ ପଜିଟିଭ୍ ବ୍ୟକ୍ତିଙ୍କୁ କେଉଁ ହସ୍ପିଟାଲ ବା ସେବା ବ୍ୟବସ୍ଥାକୁ ନେବାକକୁ ହେବ, ସେନେଇ ତାଙ୍କ ପରିବାର ସହ ଆଲୋଚନା କରି ସ୍ଥାନାନ୍ତର ଦାୟିତ୍ବରେ ଥିବା ଡାକ୍ତର ଏବଂ ହସ୍ପିଟାଲ ଓ ଆମ୍ବୁଲାନ୍ସ ଦାୟିତ୍ବରେ ଥିବା ନୋଡାଲ୍ ଅଫିସରଙ୍କୁ ଜଣାଇବେ। ଫଳରେ କାହାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପୂର୍ବରୁ ଉପଯୁକ୍ତ ସେବା ଯୋଗାଇହେବ।
ଏହାସହ ବିଏମ୍ସିର ତିନିଟି ଜୋନ୍ରେ ପୃଥକବାସେର ଥିବା ଅାକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବା ପାଇଁ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହାର ପୁଙ୍ଖାନୁପୁଙ୍ଖ ପଞ୍ଜୀକରଣ କରିବା, କେଉଁ ବ୍ୟକ୍ତିଙ୍କୁ କେଉଁଠିକୁ ସ୍ଥାନାନ୍ତର କରାଗଲା, ତାହାର ସବିଶେଷ ବିବରଣୀ ରଖିବା ଏବଂ ଗୃହ ପୃଥକବାସରେ ଥିବା ଅଧିକାରୀ ଏହି ବ୍ୟବସ୍ଥାକୁ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/biswajit.jpeg.jpg)