ଖଣ୍ଡଗିରି: ପ୍ରଥମଥର ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କ୍ୟାମ୍ପସ୍କୁ ସମ୍ପୂର୍ଣ୍ଣ ଭାବରେ ୱାଇ-ଫାଇ କରାଯିବ। ୨୦୨୩ରେ କେବଳ ବିଶ୍ବବିଦ୍ୟାଳୟ ଗୋଲ୍ଡେନ୍ ଜୁବ୍ଲି ବାଳିକା ଛାତ୍ରୀନିବାସରେ ୱାଇଫାଇ ସେବା କାର୍ଯ୍ୟକାରୀ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟରେ ଆଉ ଏକ ସଫଳତା ଯୋଡ଼ିହେବା ସହ ୪ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ, ବୈଜ୍ଞାନିକମାନେ ଏହାଦ୍ବାରା ଉପକୃତ ହୋଇପାରିବେ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ ରାଉଳ କହିଛନ୍ତି। ୧୯୭୨ ଅଗଷ୍ଟ ୨୪ରେ ଦେଶର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଭାବରେ ପ୍ରତିଷ୍ଠା ହୋଇଥିବା ଓୟୁଏଟି ଓଡ଼ିଶାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଚ୍ଚତ୍ତର ଶିକ୍ଷା ସହ ଗବେଷଣା ଓ ଗବେଷଣାଲବ୍ଧ ଜ୍ଞାନକୁ କୃଷି କ୍ଷେତ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଗତ ୬୩ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଏବେ ସୁଦ୍ଧା ୨୦୦ରୁ ଅଧିକ ପ୍ରଜାତିର ବିହନ ସମେତ ସାର, କୀଟନାଶକ ଉଦ୍ଭାବନ ସହ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରୁଛି।
ଛାତ୍ରଛାତ୍ରୀଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା
୩ ବର୍ଷରେ ୪୨ଟି ନୂଆ ବିହନ କିସମ ଉଦ୍ଭାବିତ
ଜମି ହ୍ରାସ ଓ ପ୍ରଫେସର୍ ପଦବି ଖାଲି ସାଜିଛି ସମସ୍ୟା
ଏଥିସହ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ କରି ଜଳବାୟୁ ଅନୁକୂଳ କୃଷି, ବଜାରଭିତ୍ତିକ କୃଷିରେ ନୂତନ ପ୍ରକାରର ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ଏହାକୁ ଆଗକୁ ନେବା ସହ ଜିଲ୍ଲାସ୍ତରରେ ଆଞ୍ଚଳିକ ଗବେଷଣାକୁ ପ୍ରାଧାନ୍ୟ ଦିଆଯାଇଛି। ପରିଣାମ ସ୍ବରୂପ ୨୫ଟି କିସମ ବିହନ ବିକଶିତ କରାଯାଇ ରାଜ୍ୟ କିସମ ଅନୁମୋଦନ କମିଟି ନିକଟରେ ଦାଖଲ ହୋଇଛି। ଗତ ତିନିବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟରୁ ୪୨ଟି ନୂଆ କିସମ ବାହାରିଥିଲା। ଏବେ ଏହି ୨୫ଟି ନୂଆ କିସମ ରାଜ୍ୟର କୃଷକମାନଙ୍କ ଅମଳ ବଢାଇବା ସହ ଆର୍ଥିକ ଓ ଆନୁଷଙ୍ଗିକ ଉନ୍ନତିରେ ସହାୟକ ହେବ ବୋଲି ଗବେଷକମାନେ କହିଛନ୍ତି।
ତେବେ ଶିକ୍ଷା ଓ ଗବେଷଣାରେ ଉନ୍ନତି କରୁଥିବା ଏହି ବିଶ୍ୱବିଦ୍ୟାଳୟ ପାଇଁ ଭିତ୍ତିଭୂମି, ଶିକ୍ଷକ ଅଭାବ ସମସ୍ୟା ସୃଷ୍ଟି କରିଛି। ପ୍ରଥମେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଓୟୁଏଟିର ଗବେଷଣା ଜମି ନିଆଯାଇଥିଲା। ୨୦୧୯ରେ ବରମୁଣ୍ତା ବସ୍ଷ୍ଟାଣ୍ତ୍ର ସଂପ୍ରସାରଣ ପାଇଁ ୨୫ ବର୍ଷର ଆଳୁ ଗବେଷଣା ଓ ଧାନବିହନ ଗବେଷଣା ପାଇଁ ବ୍ୟବହାର ହେଉଥିବା ଜମିକୁ ନେଇଥିଲେ। ଗୋଟିଏ ପଟେ ଗବେଷଣା ପାଇଁ ଜମି କମୁଥିବା ବେଳେ ଅନ୍ୟପଟେ ଖାଲି ପଡ଼ିଥିବା ପ୍ରଫେସର ପଦବି ପୂରଣ ହେଉ ନାହିଁ। ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନ ମହାବିଦ୍ୟାଳୟ ପାଇଁ ୭୩ଟି ମଞ୍ଜୁର ପ୍ରଫେସର ପଦବି ସମେତ ମୋଟ୍ ୫୦୮ଟି ଶିକ୍ଷକ ପଦବି ଥିବା ବେଳେ ସେଥିରୁ ଏବେ ୬୫ଟି ପ୍ରଫେସର ଓ ୩୨୦ ଶିକ୍ଷକ ପଦବି ଖାଲିପଡ଼ିଛି। ୫୨୦ଟି ଅଣଶିକ୍ଷକ ପଦବି ମଧ୍ୟରୁ ୪୨୦ ପଦବି ଖାଲି ରହିଥିବାରୁ ବିଶ୍ବବିଦ୍ୟାଳୟର କାର୍ଯ୍ୟ ପ୍ରଭାବିତ ହେଉଥିବା ପ୍ରଫେସରମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/24/ZdzhJjKrkO11eZEmP8YB.jpg)