ଯୁବ ମହୋତ୍ସବରେ ଓୟୁଏଟି ଚମ୍ପିଆନ୍‌

ଭୁବନେଶ୍ୱର: ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌) ଦ୍ୱାରା ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଅନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ଓୟୁଏଟିର ଛାତ୍ରଛାତ୍ରୀ ଉତ୍କଷ୍ଟ ପ୍ରଦର୍ଶନ କରିଛନ୍ତି। ଫେବ୍ରୁଆରି ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀ ସଙ୍ଗୀତ, ନୃତ୍ୟ, କୁଇଜ୍‌, ବକ୍ତତା, ଚିତ୍ରାଙ୍କନ ଓ ହସ୍ତକଳା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ସାରା ଦେଶରୁ ୫୧ଟି କୃଷି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପ୍ରତିଦ୍ୱନ୍ଦିତା କରି ସାମଗ୍ରିକ ଭାବେ ପ୍ରଥମ ସ୍ଥାନ ହାସଲ କରି ବିଶ୍ୱବିଦ୍ୟାଳୟ ଲାଗି ଗୌରବ ଆଣିଛନ୍ତି। ଏଥିପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ର୍ରଫେସର ସୁରେନ୍ଦ୍ରନାଇ ପଶୁପାଳକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଛାତ୍ର କଲ୍ୟାଣ ବିଭାଗର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ବାବୁଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଚମ୍ପିଆନ୍‌ ହୋଇଛନ୍ତି। ଗତ ୧୮ ବର୍ଷରେ ଏହି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଭାରତର ଅନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ୭ମ ଥର ଚମ୍ପିଆନ୍‌ ହେବା ସହ ୩ ଥର ରନର୍ସଅପ୍‌ ହେବାର ସୁଯୋଗ ପାଇଛନ୍ତି।

ସମ୍ବନ୍ଧିତ ଖବର