ଖୋଲିଲା ଓୟୁଏଟି ଚିକେନ୍ ଫ୍ରେସ୍

ଭୁବନେଶ୍ବର : ଗତ ୧ମାସ ଧରି ବନ୍ଦ ରହିଥିବା ଓୟୁଏଟି ନିକଟସ୍ଥ ଚିକେନ୍ ଫ୍ରେସ୍ ଆଜିଠାରୁ ଖୋଲିଛି। ରାଜଧାନୀରେ ଏବେ ଆଉ ବାର୍ଡ-ଫ୍ଲୁ ଭୟ ନଥିବାରୁ ପ୍ରାଣୀ ସଂପଦ ବିଭାଗର ନିର୍ଦ୍ଦେଶକ୍ରମେ ଏହି ଆଉଟଲେଟ୍‌କୁ ଖୋଲା ଯାଇଛି। ଫଳରେ ରାଜଧାନୀର ସମସ୍ତ ଚିକେନ୍ ଫ୍ରେସ୍ ଆଉଟଲେଟ୍‌ ଏବେ ପୂର୍ବଭଳି କାର୍ଯ୍ୟ କରିଛି।

ଗତ ମାସ ୨୫ ତାରିଖରେ ଓୟୁଏଟିର କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଦେଖାଦେବା ପରେ ଏହାର ୧କିମି ବ୍ୟାସାର୍ଧ ଅଧୀନରେ କୁକୁଡ଼ା ଓ ବତକମରା ଅଭିଯାନ ହୋଇଥିଲା। ଫଳରେ ଓୟୁଏଟି ନିକଟସ୍ଥ ଚିକେନ୍ ଫ୍ରେସ୍‌କୁ ପ୍ରତିଷେଧକ ବ୍ୟବସ୍ଥା ପାଇଁ ବନ୍ଦ ରଖାଯାଇଥିଲା। ଫଳରେ ସ୍ଥାନୀୟ ଲୋକମାନେ ଚିକେନ୍ ଫ୍ରେସ୍‌ର ଚିକେନ୍ ଓ ଅଣ୍ଡା କିଣିପାରୁ ନ ଥିଲେ। ଏହାସହ ରାଜଧାନୀରେ ଓପୋଲଫେଡ୍‌ର ଥିବା ୬୦ରୁ ଅଧିକ ବୁଥ୍‌କୁ ଓୟୁଏଟି ଚିକେନ୍ ଫ୍ରେସ୍‌କୁ ଚିକେନ୍ ଓ ଅଣ୍ଡା ଯୋଗାଣ ବନ୍ଦ ରହିଥିଲା।

ତେବେ ଦୁଇଦିନ ତଳେ ରାଜ୍ୟ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ରାଜଧାନୀରେ ଆଉ ବାର୍ଡ-ଫ୍ଲୁର କୌଣସି ଭୟ ନ ଥିବା କୁହାଯାଇଥିଲା। ଫଳରେ ଆଜିଠାରୁ ଏହା ପୁଣିଥରେ ଖୋଲିଛି। ଲୋକମାନେ ଏଠାରୁ ପୂର୍ବଭଳି ଚିକେନ୍ ଓ ଅଣ୍ଡା କିଣିପାରିବେ ବୋଲି ଓପୋଲଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର