ଆମ ଲୋକକଳା, ଆମ ସଂସ୍କୃତି: ଢଣ କୋଇଲାରୁ ଚଇତାଳି ଘୋଡ଼ାନାଚ

ଭୁବନେଶ୍ବର: ସଂସ୍କୃତି ବିଭାଗ ପକ୍ଷରୁ ନିୟମିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜିଠୁ ଯୋଡ଼ି ହୋଇଛି ‘ଆମ ଲୋକକଳା, ଆମ ସଂସ୍କୃତି’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଦର୍ଶକମାନେ ଆଜି ୩ଟି ଲୋକକଳା ନୃତ୍ୟ ଉପଭୋଗ କରିଥିଲେ। ବଲାଙ୍ଗୀରର ସଂଗୀତ ସାଧନା ଅନୁଷ୍ଠାନର ଶିଳ୍ପୀଙ୍କ ବଜାସାଲ ନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା। ପରେ ଗୁରୁଚରଣ ସାହୁଙ୍କ ନୃତ୍ୟ ନିର୍ଦେଶନାରେ କଟକ ବଡ଼ମ୍ବାସ୍ଥିତ ‘କଳାତୀର୍ଥ’ର କଳାକାରମାନେ ଭେଟି ଦେଇଥିଲେ ଢଣ କୋଇଲା ନୃତ୍ୟ। ଶେଷରେ ବାଲିଅନ୍ତାର ଗୋପାଳଚନ୍ଦ୍ରଙ୍କ ନେତୃତ୍ବରେ ପରିବେଷିତ ହୋଇଥିଲା ଚଇତାଳି ଘୋଡ଼ାନାଚ। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ, ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ, ଲିପ୍‌ସା ଦାସ ଏବଂ ୟୁନିସେଫ୍‌ର ଲୋପାମୁଦ୍ରା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର