ଏମିତି ସ୍ବଚ୍ଛ ଆମ ସ୍ମାର୍ଟ ସିଟି, ୫ ବର୍ଷ ହେଲା ଉଠୁନି ଅଳିଆ

ଭୁବନେଶ୍ବର: ରାସ୍ତାକଡ଼ରେ ଘରଭଙ୍ଗା ଆବର୍ଜନା ଗଦେଇଲେ ବିଏମ୍‌ସି ଜରିମାନା ଆଦାୟ କରିବ। ଅଥଚ ବର୍ଷବର୍ଷ ଧରି ଗଦା ହୋଇ ରହିଥିବା ଆବର୍ଜନା ଉଠାଇବାକୁ ପ୍ରଶାସନର ମନ ବଳୁନାହିଁ। ବରମୁଣ୍ଡା ଗ୍ରାମ ବାରିକ ଘର ଛକରେ ଏକ କାନ୍ଥକଡ଼ରେ ଦୀର୍ଘ ୫ ବର୍ଷ ହେଇଯିବ ଆବର୍ଜନା ଗଦା ହୋଇ ରହିଥିଲେ ହେଁ ଏହାକୁ ସଫା କରିବା ତ ଦୂରେ ଥାଉ ପ୍ରଶାସନ ଆଡ଼ ଆଖିରେ ବି ଚାହୁଁ ନାହିଁ। ଏହା ଯେମିତି ବୁଲା କୁକୁରଙ୍କ ପାଇଖାନା ପାଲଟି ଯାଇଛି। ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ବାରମ୍ବାର ବିଏମ୍‌ସିର ବାବୁମାନଙ୍କୁ ଅନୁରୋଧ କରିଛନ୍ତି। ମାତ୍ର କେହି ବି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର