ଭୁବନେଶ୍ୱର, ୭/୮(ଇମିସ): ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ରେ ବଢ଼ିଚାଲିଛି ଆଉଟ୍ସୋର୍ସିଂ ନିଯୁକ୍ତି ଓ ଏହାର ବ୍ୟୟଭାର। ଯେଉଁଠି ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବାବଦରେ ବାର୍ଷିକ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହେଉଛି, ସେଠି କେବଳ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଦରମା ବାବଦରେ ବାର୍ଷିକ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେଉଛି। କେବଳ ଆଉଟ୍ସୋର୍ସିଂ ନୁହେଁ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ଖର୍ଚ୍ଚ ବି ବଢ଼ିବାରେ ଲାଗିଛି। ଫଳସ୍ବରୂପ ଭୁବନେଶ୍ବର ମହାନଗର ନିଗମର ଆୟ ଉପରେ ବ୍ୟୟର ଚାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅର୍ଥାଭାବରୁ ଭୁବନେଶ୍ବର ମହାନଗର ନିଗମର ବିକାଶମୂଳକ କାମ ଅଟକିଯାଇଛି ବୋଲି ଗତ କର୍ପୋରେସନ୍ ବୈଠକରେ ମେୟର ସୁଲୋଚନା ଦାସ ସଫେଇ ଦେଇଥିଲେ। ଆଉଟ୍ସୋର୍ସିଂ ସଂସ୍ଥା ଜରିଆରେ ମନଇଛା ନିଯୁକ୍ତି ବନ୍ଦ, କେତେକାଂଶରେ ଏହି ଚାପକୁ କମାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲ ମତ ଦେଇଛନ୍ତି। ଭୁବନେଶ୍ବର ମହାନଗର ନିଗମରେ ୨୦୨୨ ମସିହାରେ ଆଉଟ୍ସୋର୍ସିଂ କର୍ମଚାରୀ ସଂଖ୍ୟା ୩୪୨ ଥିଲା। ୩ ବର୍ଷ ଭିତରେ ଏହି ସଂଖ୍ୟା ୬୭୮ଜଣରେ ପହଞ୍ଚିଲାଣି। ଏତେ ସଂଖ୍ୟାରେ ଆଉଟ୍ସୋର୍ସିଂ କର୍ମଚାରୀ ନିଯୁକ୍ତି ନେଇ ୩୧ ନମ୍ବର କର୍ପୋରେଟର୍ କୁମରେନ୍ଦ୍ର ମହାପାତ୍ର କର୍ପୋରେସନ୍ ବୈଠକରେ ପ୍ରଶ୍ନ ଉଠାଇଥିଲେ। ଏଷ୍ଟାବ୍ଲିସ୍ମେଣ୍ଟ୍ ଷ୍ଟାଣ୍ଡିଂ କମିଟି ଅଜାଣତରେ ଆଉଟ୍ସୋର୍ସିଂ ସଂସ୍ଥା ଜରିଆରେ ମନଇଛା ନିଯୁକ୍ତିକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ତଥାପି ଆଉଟ୍ସୋର୍ସିଂ ନିଯୁକ୍ତି ଓ ଖର୍ଚ୍ଚ ବନ୍ଦ ହୋଇନି।
ସରକାରୀ ତଥ୍ୟ କହୁଛି, ଭୁବନେଶ୍ବର ମହାନଗର ନିଗମ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କୁ ମାସିକ ସାଢ଼େ ୩ କୋଟିରୁ ୪ କୋଟି ଟଙ୍କା ଦରମା ଦେଉଛି। ସେହି ତୁଳନାରେ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଦରମା ବାବଦରେ ପ୍ରାୟ ଦେଢ଼ କୋଟି ଟଙ୍କା ଦେଉଛି। କିନ୍ତୁ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ସହ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା, ଇଣ୍ଟର୍ନଙ୍କ ଖର୍ଚ୍ଚ ମିଶିଲେ, ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରୁଛି ଭୁବନେଶ୍ବର ମହାନଗର ନିଗମ। ଭୁବନେଶ୍ବର ମହାନଗର ନିଗମର ମାସିକ ଆୟ ଦେଖିଲେ, ଏପ୍ରିଲରେ ୯କୋଟି ୮୯ଲକ୍ଷ ୩୫ହଜାର ୩୬୦ ଟଙ୍କା, ମେ ମାସରେ ୩କୋଟି ୬୯ଲକ୍ଷ ୪୦ହଜାର ୨୩୧ ଟଙ୍କା ଥିଲା। ଗତ ମାର୍ଚ୍ଚରେ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କୁ ୩କୋଟି ୭୭ଲକ୍ଷ ୭୫ହଜାର ୨୯୩ ଟଙ୍କା, ଏପ୍ରିଲରେ ୩କୋଟି ୮୨ଲକ୍ଷ ୬୭ହଜାର ୬୮ ଟଙ୍କା ଓ ମେ ମାସରେ ୩କୋଟି ୭୪ଲକ୍ଷ ୪୯ହଜାର ୪୬୫ ଟଙ୍କା ଦରମା ବାବଦରେ ଦିଆଯାଇଛି। ସେହି ଅନୁସାରେ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଦରମା ଦେଖିଲେ, ମାର୍ଚ୍ଚରେ ୧କୋଟି ୧୪ଲକ୍ଷ ୩୯ହଜାର ୫୧୪ ଟଙ୍କା ଦିଆଯାଇଛି। ଏପ୍ରିଲରେ କିଛି ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ବାଦ୍ ଦେଇ ୭୯ଲକ୍ଷ ୭୯ହଜାର ୨୯୦ ଟଙ୍କା ଦରମା ଆକାରରେ ପ୍ରଦାନ କରାଯାଇଥିଲା। ପରେ ସେମାନଙ୍କୁ ବକେୟା ଆକାରରେ ଏହି ଟଙ୍କା ପ୍ରଦାନ କରାଯାଇଛି। ମେ ମାସରେ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ସର୍ବାଧିକ ୧କୋଟି ୪୯ଲକ୍ଷ ୩୨ହଜାର ୨୫୭ ଟଙ୍କା ଦରମା ଆକାରରେ ପ୍ରଦାନ କରାଯାଇଛି। ସେହିଭଳି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ଦେଖିଲେ, ମାର୍ଚ୍ଚରେ ୨୩ଲକ୍ଷ ୪୫ହଜାର ୨୬୮ ଟଙ୍କା, ଏପ୍ରିଲରେ ୧୨ଲକ୍ଷ ୯୯ହଜାର ୮୮ ଟଙ୍କା ଓ ମେ ମାସରେ ୪୨ଲକ୍ଷ ୬୪ହଜାର ୩୧୫ ଟଙ୍କା ଖର୍ଚ୍ଚ ହୋଇଛି। କନ୍ସଲ୍ଟାନ୍ସି ଫି ବି ଦିନକୁ ଦିନ ବଢ଼ିଚାଲିଛି। ଏ ବାବଦରେ ମାର୍ଚ୍ଚରେ ୧କୋଟି ୭୦ଲକ୍ଷ ୮୫ହଜାର ୬୫୮ ଟଙ୍କା ଓ ଏପ୍ରିଲରେ ୨କୋଟି ୮୪ଲକ୍ଷ ୭୪ହଜାର ୮୭୫ ଟଙ୍କା ଖର୍ଚ୍ଚ କରାଯାଇଛି।
ଯେଉଁଠି ସରକାର ଚୁକ୍ତିଭିତ୍ତିକ ଓ ଆଉଟ୍ସୋର୍ସିଂ ନିଯୁକ୍ତିରେ ରୋକ୍ ଲଗାଇ, ସ୍ଥାୟୀ ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି, ସେଠି ଭୁବନେଶ୍ବର ମହାନଗର ନିଗମର କର୍ମଚାରୀ( ସ୍ଥାୟୀ, ଆଉଟ୍ସୋର୍ସିଂ ଓ ଚୁକ୍ତିଭିତ୍ତିକ)ଙ୍କ ଦରମା ବାବଦ ଖର୍ଚ୍ଚ ଦିନକୁ ଦିନ ବଢ଼ିଚାଲିବା ଆଲୋଚନାର ବିଷୟ ପାଲଟିଛି। ଆଉଟ୍ସୋର୍ସିଂ ବଦଳରେ ଓଏସ୍ଏସ୍ସି ଭଳି ସଂସ୍ଥା ଜରିଆରେ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।ଭୁବନେଶ୍ୱର, ୭/୮(ଇମିସ): ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ରେ ବଢ଼ିଚାଲିଛି ଆଉଟ୍ସୋର୍ସିଂ ନିଯୁକ୍ତି ଓ ଏହାର ବ୍ୟୟଭାର। ଯେଉଁଠି ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବାବଦରେ ବାର୍ଷିକ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହେଉଛି, ସେଠି କେବଳ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଦରମା ବାବଦରେ ବାର୍ଷିକ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେଉଛି। କେବଳ ଆଉଟ୍ସୋର୍ସିଂ ନୁହେଁ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ଖର୍ଚ୍ଚ ବି ବଢ଼ିବାରେ ଲାଗିଛି। ଫଳସ୍ବରୂପ ଭୁବନେଶ୍ବର ମହାନଗର ନିଗମର ଆୟ ଉପରେ ବ୍ୟୟର ଚାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅର୍ଥାଭାବରୁ ଭୁବନେଶ୍ବର ମହାନଗର ନିଗମର ବିକାଶମୂଳକ କାମ ଅଟକିଯାଇଛି ବୋଲି ଗତ କର୍ପୋରେସନ୍ ବୈଠକରେ ମେୟର ସୁଲୋଚନା ଦାସ ସଫେଇ ଦେଇଥିଲେ। ଆଉଟ୍ସୋର୍ସିଂ ସଂସ୍ଥା ଜରିଆରେ ମନଇଛା ନିଯୁକ୍ତି ବନ୍ଦ, କେତେକାଂଶରେ ଏହି ଚାପକୁ କମାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲ ମତ ଦେଇଛନ୍ତି। ଭୁବନେଶ୍ବର ମହାନଗର ନିଗମରେ ୨୦୨୨ ମସିହାରେ ଆଉଟ୍ସୋର୍ସିଂ କର୍ମଚାରୀ ସଂଖ୍ୟା ୩୪୨ ଥିଲା। ୩ ବର୍ଷ ଭିତରେ ଏହି ସଂଖ୍ୟା ୬୭୮ଜଣରେ ପହଞ୍ଚିଲାଣି। ଏତେ ସଂଖ୍ୟାରେ ଆଉଟ୍ସୋର୍ସିଂ କର୍ମଚାରୀ ନିଯୁକ୍ତି ନେଇ ୩୧ ନମ୍ବର କର୍ପୋରେଟର୍ କୁମରେନ୍ଦ୍ର ମହାପାତ୍ର କର୍ପୋରେସନ୍ ବୈଠକରେ ପ୍ରଶ୍ନ ଉଠାଇଥିଲେ। ଏଷ୍ଟାବ୍ଲିସ୍ମେଣ୍ଟ୍ ଷ୍ଟାଣ୍ଡିଂ କମିଟି ଅଜାଣତରେ ଆଉଟ୍ସୋର୍ସିଂ ସଂସ୍ଥା ଜରିଆରେ ମନଇଛା ନିଯୁକ୍ତିକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ତଥାପି ଆଉଟ୍ସୋର୍ସିଂ ନିଯୁକ୍ତି ଓ ଖର୍ଚ୍ଚ ବନ୍ଦ ହୋଇନି।
ସରକାରୀ ତଥ୍ୟ କହୁଛି, ଭୁବନେଶ୍ବର ମହାନଗର ନିଗମ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କୁ ମାସିକ ସାଢ଼େ ୩ କୋଟିରୁ ୪ କୋଟି ଟଙ୍କା ଦରମା ଦେଉଛି। ସେହି ତୁଳନାରେ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଦରମା ବାବଦରେ ପ୍ରାୟ ଦେଢ଼ କୋଟି ଟଙ୍କା ଦେଉଛି। କିନ୍ତୁ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ସହ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା, ଇଣ୍ଟର୍ନଙ୍କ ଖର୍ଚ୍ଚ ମିଶିଲେ, ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରୁଛି ଭୁବନେଶ୍ବର ମହାନଗର ନିଗମ। ଭୁବନେଶ୍ବର ମହାନଗର ନିଗମର ମାସିକ ଆୟ ଦେଖିଲେ, ଏପ୍ରିଲରେ ୯କୋଟି ୮୯ଲକ୍ଷ ୩୫ହଜାର ୩୬୦ ଟଙ୍କା, ମେ ମାସରେ ୩କୋଟି ୬୯ଲକ୍ଷ ୪୦ହଜାର ୨୩୧ ଟଙ୍କା ଥିଲା। ଗତ ମାର୍ଚ୍ଚରେ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କୁ ୩କୋଟି ୭୭ଲକ୍ଷ ୭୫ହଜାର ୨୯୩ ଟଙ୍କା, ଏପ୍ରିଲରେ ୩କୋଟି ୮୨ଲକ୍ଷ ୬୭ହଜାର ୬୮ ଟଙ୍କା ଓ ମେ ମାସରେ ୩କୋଟି ୭୪ଲକ୍ଷ ୪୯ହଜାର ୪୬୫ ଟଙ୍କା ଦରମା ବାବଦରେ ଦିଆଯାଇଛି। ସେହି ଅନୁସାରେ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଦରମା ଦେଖିଲେ, ମାର୍ଚ୍ଚରେ ୧କୋଟି ୧୪ଲକ୍ଷ ୩୯ହଜାର ୫୧୪ ଟଙ୍କା ଦିଆଯାଇଛି। ଏପ୍ରିଲରେ କିଛି ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ବାଦ୍ ଦେଇ ୭୯ଲକ୍ଷ ୭୯ହଜାର ୨୯୦ ଟଙ୍କା ଦରମା ଆକାରରେ ପ୍ରଦାନ କରାଯାଇଥିଲା। ପରେ ସେମାନଙ୍କୁ ବକେୟା ଆକାରରେ ଏହି ଟଙ୍କା ପ୍ରଦାନ କରାଯାଇଛି। ମେ ମାସରେ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ସର୍ବାଧିକ ୧କୋଟି ୪୯ଲକ୍ଷ ୩୨ହଜାର ୨୫୭ ଟଙ୍କା ଦରମା ଆକାରରେ ପ୍ରଦାନ କରାଯାଇଛି। ସେହିଭଳି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ଦେଖିଲେ, ମାର୍ଚ୍ଚରେ ୨୩ଲକ୍ଷ ୪୫ହଜାର ୨୬୮ ଟଙ୍କା, ଏପ୍ରିଲରେ ୧୨ଲକ୍ଷ ୯୯ହଜାର ୮୮ ଟଙ୍କା ଓ ମେ ମାସରେ ୪୨ଲକ୍ଷ ୬୪ହଜାର ୩୧୫ ଟଙ୍କା ଖର୍ଚ୍ଚ ହୋଇଛି। କନ୍ସଲ୍ଟାନ୍ସି ଫି ବି ଦିନକୁ ଦିନ ବଢ଼ିଚାଲିଛି। ଏ ବାବଦରେ ମାର୍ଚ୍ଚରେ ୧କୋଟି ୭୦ଲକ୍ଷ ୮୫ହଜାର ୬୫୮ ଟଙ୍କା ଓ ଏପ୍ରିଲରେ ୨କୋଟି ୮୪ଲକ୍ଷ ୭୪ହଜାର ୮୭୫ ଟଙ୍କା ଖର୍ଚ୍ଚ କରାଯାଇଛି।
ଯେଉଁଠି ସରକାର ଚୁକ୍ତିଭିତ୍ତିକ ଓ ଆଉଟ୍ସୋର୍ସିଂ ନିଯୁକ୍ତିରେ ରୋକ୍ ଲଗାଇ, ସ୍ଥାୟୀ ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି, ସେଠି ଭୁବନେଶ୍ବର ମହାନଗର ନିଗମର କର୍ମଚାରୀ( ସ୍ଥାୟୀ, ଆଉଟ୍ସୋର୍ସିଂ ଓ ଚୁକ୍ତିଭିତ୍ତିକ)ଙ୍କ ଦରମା ବାବଦ ଖର୍ଚ୍ଚ ଦିନକୁ ଦିନ ବଢ଼ିଚାଲିବା ଆଲୋଚନାର ବିଷୟ ପାଲଟିଛି। ଆଉଟ୍ସୋର୍ସିଂ ବଦଳରେ ଓଏସ୍ଏସ୍ସି ଭଳି ସଂସ୍ଥା ଜରିଆରେ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
ବିଏମ୍ସିରେ ବଢ଼ିଚାଲିଛି ଆଉଟ୍ସୋର୍ସିଂ ବ୍ୟୟଭାର
ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ରେ ବଢ଼ିଚାଲିଛି ଆଉଟ୍ସୋର୍ସିଂ ନିଯୁକ୍ତି ଓ ଏହାର ବ୍ୟୟଭାର। ଯେଉଁଠି ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବାବଦରେ ବାର୍ଷିକ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ...
/sambad/media/media_files/2025/08/08/untitled-11-2025-08-08-08-32-14.jpg)