ଚନ୍ଦ୍ରଶେଖରପୁର : କିଟ୍ ଓ କିସ୍’ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟରେ ସଚେତନତା ସୃଷ୍ଟି ଲାଗି ରାଜଧାନୀ ଭୁବନେଶ୍ୱର ସମେତ ୩୫ଟି ସହରରେ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ତୃତୀୟ ଥର ପାଇଁ ଆୟୋଜିତ ଏହି ଗଣଦୌଡ଼ରେ ରାଜ୍ୟର ୩୦ଟି ଜିଲ୍ଲାର ୩୫ଟି ସହରରେ ୭୫ହଜାରୁ ଅଧିକ ଲୋକ ଅଂଶ ଗ୍ରହଣ କରିଥିଲେ।
ସକାଳ ସାଢ଼େ ୬ଟାରେ ଜନତା ମଇଦାନରୁ ସାଂସଦ ଡ଼.ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅଭିନେତା ସବ୍ୟସାଚୀ ମିଶ୍ର, ଦିଲ୍ଲୀପ ହାଲି, ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରସ୍ମିତା ସାହୁ, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ, ଦୂତୀ ଚାନ୍ଦ ଓ କିଟ୍-କିସ୍’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ କୁଳସଚିବ ଡ଼.ସସ୍ମିତାରାଣୀ ସାମନ୍ତ ସମେତ ବହୁ ମାନ୍ୟଗଣ୍ୟ ଅତିଥି ପତାକା ଦେଖାଇ ଗଣଦୌଡ଼କୁ ଶୁଭାରମ୍ଭ କରିଥିଲେ। ଏହି ଦୌଡ଼ରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ସହ କିଟ୍ ଓ କିସ୍’ର ୧୦ହାଜର ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ଶେଷରେ କିଟ୍ ଷ୍ଟାଡିୟମ୍ଠାରେ ଏହି ଦୌଡ଼ ସମାପ୍ତ ହୋଇଥିଲା। ଶିକ୍ଷା ମାଧ୍ୟମରେ ଦେଶ, ରାଜ୍ୟ, ସମାଜ ତଥା ପ୍ରତ୍ୟେକଙ୍କ ବିକାଶ ହୋଇପାରିବ ବୋଲି ଅତିଥିମାନେ ନିଜ ମତପ୍ରକାଶ କରିଥିଲେ। ଶେଷରେ ଗଣଦୌଡ଼ରେ ଭାଗନେଇଥିବା ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kiit-kiis-minimarathan2.jpg)